ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ ; ଜାଣନ୍ତୁ କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

ଭୁବନେଶ୍ୱର : କିଛିଦିନର ବିରତି ପରେ ରାଜଧାନୀରେ ଦେଖିବାକୁ ମିଳିଛି କଟକଣା । କରୋନା ପ୍ରକୋପ ପୁଣି ରାଜଧାନୀରେ କାୟା ମେଲାଉଛି । ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା ସଂକ୍ରମଣ ବିପଦ । ସେଥିପାଇଁ ସହରକୁ କିଛିଦିନର ନୀରବତା ପରେ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ କଣ୍ଟେନମେଣ୍ଟ ଜୋନ୍ ଫେରିଥିବା ବିଏମସି ସ୍ପଷ୍ଟ କରିଛି । ଫରେଷ୍ଟ ପାର୍କ ଅଞ୍ଚଳର ଥିବା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସିପାରିବେନି ବା ସେଠାକୁ ଯାଇପାରିବେନି ବୋଲି ସ୍ପଷ୍ଟ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି କରିବାକୁ ବିଏମସି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ।

Leave a Reply

Your email address will not be published. Required fields are marked *