ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଲା ସଂଶୋଧିତ ନିୟମାବଳୀ

ଆସନ୍ତାକାଲିଠୁ କାର୍ଯ୍ୟକାରୀ ହେବ ସଂଶୋଧିତ ନିୟମାବଳୀ । ସକାଳ ୭ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ସବୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦଶହରା ଓ ଦୀପାବଳିରେ ବନ୍ଦ ରହିବ ଦର୍ଶନ, କୁମାର ପୂର୍ଣ୍ଣିମାରେ ଖୋଲା । ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବି ବନ୍ଦ ରହିବ ସାଧାରଣ ଦର୍ଶନ । ୨ ଡୋଜ୍‌ ଟିକାକରଣର ପ୍ରମାଣପତ୍ର ଦେଖାଇ ଦର୍ଶନ କରିବେ ଭକ୍ତ । ନଚେତ ୯୬ ଘଣ୍ଟା ମଧ୍ୟରେ ହୋଇଥିବା RTPCR ନେଗେଟିଭ୍‌ ରିପୋର୍ଟ ଜରୁରୀ । ଫୁଲ, ଭୋଗ ଓ ଦୀପ ଶ୍ରୀମନ୍ଦିରକୁ ନେଇ ହେବ, ମହାପ୍ରସାଦ ଖାଇହେବ । ପଲିଥିନ ବ୍ୟାଗ୍‌ ନେଲେ ୧୦୦; ପାନ, ଗୁଟ୍‌ଖା ଖାଇଲେ ୫୦୦ ଟଙ୍କା ତଣ୍ଡ ।

Leave a Reply

Your email address will not be published. Required fields are marked *