କଙ୍ଗନାଙ୍କ ପରବର୍ତ୍ତୀ ଟାର୍ଗେଟ ହେଲେ ଶାହରୁଖ୍‌

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ପୁନର୍ବାର ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ। ଶାହରୁଖ୍‌ଙ୍କ ପୁଅ ଆର୍ଯ୍ୟନ ଏହି ଘଟଣାରେ ଗିରଫ ହୋଇଛନ୍ତି। ଜ୍ୟାକି ଚ୍ୟାନ୍‌ଙ୍କ ଉଦାହରଣ ଦେଇ କଙ୍ଗନା କହିଛନ୍ତି ୨୦୧୪ରେ ସେ ତାଙ୍କ ପୁଅର ଭୁଲ ନେଇ କ୍ଷମା ମାଗିଥିଲେ। ଡ୍ରଗ୍ସ ମାମଲାରେ ଜ୍ୟାକିଙ୍କ ପୁଅ ଗିରଫ ହେବା ପରେ ସେ କହିଥିଲେ, ମୁଁ ମୋ ପୁତ୍ରର କାର୍ଯ୍ୟକଳାପ ନେଇ ଲଜ୍ଜିତ। ଏନେଇ ସମସ୍ତଙ୍କୁ କ୍ଷମା ମାଗୁଛି। ଏହା ମୋର ବିଫଳତାର କାରଣ, ତାକୁ ରକ୍ଷା କରିବା ପାଇଁ କୌଣସି ପ୍ରକାର ହସ୍ତକ୍ଷେପ କରିବି ନାହିଁ। ଜ୍ୟାକିଙ୍କ ପୁଅକୁ ୬ମାସ ଜେଲ ହୋଇଥିଲା। କଙ୍ଗନା ଏହି ପୋଷ୍ଟକୁ ସେୟାର କରିବା ସହ ତଳେ ଲେଖିଛନ୍ତି, ବାସ୍ କହିବା କଥା ବୋଲି କହୁଛି। ସେ ଏ ସମ୍ପର୍କିତ ୨ଟି ଫଟୋ ମଧ୍ୟ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *