ଝିଅ ସହ ଟ୍ୟୁସନ ମାଷ୍ଟରଙ୍କୁ ନେଇ ୟୁରୋପ ଗଲେ ରାଣୀ

ମୁମ୍ବାଇ: ନିଜ ଝିଅକୁ ଛାଡ଼ି ଦଣ୍ଡେ ରହିବା ମୁଡରେ ନାହାନ୍ତି ବଲିଉଡର ଖଣ୍ଡାଲା ଗର୍ଲ ରାଣୀ ମୁଖାଜୀ। ଏପରିକି ପୂର୍ବ ପରି ଆଉ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ବି ସାଇନ୍‌ କରୁ ନାହାନ୍ତି ରାଣୀ। ଝିଅକୁ ଅଧିକ ସମୟ ଦେବା ପାଇଁ ଖୁବ୍‌ ବାଛି ବାଛି ଫିଲ୍ମ ସାଇନ୍‌ କରୁଛନ୍ତି ସେ । ଫିଲ୍ମ ନୁହେଁ ଝିଅ ଅଦିରା ମୋର ପ୍ରାଥମିକତା ବୋଲି ବିଭିନ୍ନ ସାକ୍ଷାତକାରରେ ମଧ୍ୟ କହିଛନ୍ତି ଖଣ୍ଡାଲା ଗର୍ଲ। ବଲିଉଡର ଜଣାଶୁଣା ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରାଙ୍କ ହାତ ଧରିବା ପରେ ନିଜ ଝିଅର ଯତ୍ନ ନେବା ପାଇଁ ଫିଲ୍ମରେ ଆଉ ବେଶି ଆକ୍ଟିଭ ରହୁ ନ ଥିବା ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ନିଜ ଆଗାମୀ ଫିଲ୍ମ ‘ମିସେସ୍‌ ଚାଟର୍ଜୀ ଭର୍ସେସ ନରୱେ’ ପାଇଁ ୟୁରୋପର ଏଷ୍ଟୋନିଆ ସହରରେ ଡେରା ପକାଇଛନ୍ତି ରାଣୀ । ଦୀର୍ଘ ୨ ମାସ ଧରି ସେଠାରେ ଏହି ଫିଲ୍ମର ଶୁଟିଂ ଚାଲିବ । ଦୀର୍ଘ ସମୟ ପର୍ଯ୍ୟନ୍ତ କିନ୍ତୁ ନିଜ ଝିଅଠୁ ଦୂରେଇ ଯିବାକୁ ବରଦାସ୍ତ କରି ପାରୁ ନ ଥିବା ରାଣୀ ଝିଅକୁ ବି ନିଜ ସାଙ୍ଗରେ ନେଇ ଯାଇଛନ୍ତି। ହେଲେ ଏହି ସମୟରେ ଝିଅର ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିନିମନ୍ତେ ଝିଅର ଟ୍ୟୁସନ ମାଷ୍ଟର, କେୟାର ଟେକରଙ୍କୁ ବି ସାଙ୍ଗରେ ୟୁରୋପ ନେଇ ଯାଇଛନ୍ତି ରାଣୀ। ୟୁରୋପର ଏଷ୍ଟୋନିଆ ସହରରେ ରାଣୀଙ୍କ ଆଗାମୀ ଫିଲ୍ମ ‘ମିସେସ୍‌ ଚାଟର୍ଜୀ ଭର୍ସେସ ନରୱେ’ର ଶୁଟିଂ ହେଉଥିବା ବେଳେ ସେଠାରେ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରାଯାଉଛି। ଏପରିକି ଭାରତର ୪୦ଜଣିଆ ଟିମ୍‌କୁ ହିଁ ଶୁଟିଂ ପାଇଁ ଅନୁମତି ମିଳୁଛି। ଅଧିକ ଲୋକଙ୍କୁ ଅନୁମତି ମିଳୁ ନ ଥିବା ବେଳେ ରାଣୀ ନିଜ ପର୍ସନାଲ ଷ୍ଟାଫ୍‌ କେବଳ ୧୧ ଜଣଙ୍କୁ ସାମିଲ କରିଛନ୍ତି। ଫଳରେ ରାଣୀ ନିଜ କ୍ରୁ’ ମେମ୍ବରଙ୍କୁ କମ୍‌ କରି ନିଜ ପର୍ସନାଲ ଷ୍ଟାଫଙ୍କୁ ନେଇଛନ୍ତି। ଏକ ଫିଲ୍ମ ପାଇଁ ଅତି କମ୍‌ରେ ୨୦୦-୨୫୦ ଜଣିଆ ଟିମ୍‌ ଆବଶ୍ୟକ ହେଉଥିବା ବେଳେ ଏଷ୍ଟୋନିଆ ସରକାର କେବଳ ୪୦ ଜଣଙ୍କୁ ଅନୁମତି ଦେଇଛନ୍ତି। ତେଣୁ ରାଣୀ ଆବଶ୍ୟକ ମୁତାବକ ଅବଶିଷ୍ଟ ଷ୍ଟାଫ ଏଷ୍ଟୋନିଆରୁ ହିଁ ଆଣୁଛନ୍ତି। ଏପରିକି ଫିଲ୍ମର ଆକ୍ସନ ଡାଇରେକ୍ଟର ବି ସେଠାକାର ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *