୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର ; ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ; ବାକ୍ ସ୍ୱାଧିନତା ପାଇଁ ଉଭୟ ସାମ୍ବାଦିକଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ଦୁଇ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର। ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି। ବାକ୍ ସ୍ୱାଧୀନତା ପାଇଁ ଉଭୟ ସାମ୍ବାଦିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ। ଦିମିତ୍ରି ମୁରାତୋଭ ଦୀର୍ଘ ଦଶନ୍ଧି ହେଲାଣି ରୁଷର ଚ୍ୟାଲେଞ୍ଜିଂ ପରିବେଶର ମଧ୍ୟ ବାକ୍‌ ସ୍ୱାଧୀନତା ସପକ୍ଷରେ ଲଢ଼େଇ କରି ଚାଲିଛନ୍ତି।

୧୯୯୩ ମସିହାରେ ସେ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟା ଖବର କାଗଜର ପ୍ରତିଷ୍ଠା କରିଥିଲେ। ଏହି ଖବର କାଗଜ ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ସମୟରେ ଏହାର ୬ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ। ତଥାପି ଖବର କାଗଜ ତା’ର ବୃତ୍ତିରେ କୌଣସି ପ୍ରକାରର ବୁଝାମଣା କରିନାହିଁ। ସବୁବେଳେ ନୋଭାଜା ଗାଜେଟା ଲୋକଙ୍କ ସ୍ୱରକୁ ହିଁ ଗୁରୁତ୍ୱ ଦେଇଛି।

ନରୱେ ସ୍ଥିତ ନୋବେଲ କମିଟି ତରଫରୁ କୁହାଯାଇଛି ଯେ, ରେସା ନିଜ ଦେଶ ପିଲିପିନ୍ସରେ କ୍ଷମତାର ଅପବ୍ୟବହାର, ହିଂସା ତଥା ଏକଛତ୍ରବାଦୀ ଶାସନକୁ ସାମ୍ନାକୁ ଆଣିବା ପାଇଁ ବାକ୍‌ ସ୍ୱାଧୀନତାକୁ ସଠିକ୍ ଭାବରେ ବ୍ୟବହାର କରିଛନ୍ତି। ୨୦୧୨ ମସିହାରେ, ମାରିଆ ରାପ୍ଲର୍ ପ୍ରତିଷ୍ଠା କରିଥିଲେ। ସେ ଏହି ଡିଜିଟାଲ୍ ମିଡିଆ କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ଏହି କମ୍ପାନୀ ଅନୁସନ୍ଧାନକାରୀ ସାମ୍ବାଦିକତାକୁ ଅଗକୁ ବଢ଼ିବା ପାଇଁ ଉତ୍ସାହିତ କରେ।

ଏହି ପୁରସ୍କାର ଘୋଷଣା କରିବା ବେଳେ କ୍ଷମତାର ଅପବ୍ୟବହାର, ମିଥ୍ୟା ଏବଂ ଯୁଦ୍ଧ ପ୍ରଚାରକୁ ସାମ୍ନାକୁ ଆଣିବା ପାଇଁ ଏକ ମୁକ୍ତ, ନିରପେକ୍ଷ ଏବଂ ତଥ୍ୟ ଭିତ୍ତିକ ସାମ୍ବାଦିକତା ଜରୁରୀ ବୋଲି ନୋବେଲ କମିଟି ତରଫରୁ ଜୋର ଦିଆଯାଇଛି।

Leave a Reply

Your email address will not be published. Required fields are marked *