ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ; ୧୫ ମୃତ

ମସ୍କୋ ବଡ ଧରଣର ବିମାନ ଦୁର୍ଘଟଣା। ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ ୨୩ଜଣ ଯାତ୍ରୀ ଥିଲେ। ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ମେନଜେଲିନସ୍କ ସହରରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାରାଚ୍ୟୁଟ୍ ଡାଇଭର ଥିଲେ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *