ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ହାସଲ କରିବେ । ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିଲେ । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ସେମାନଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଗତବର୍ଷ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏହି ପୁରସ୍କାର ମିଳିଥିଲା । ୨୨ ବର୍ଷୀୟ ଋତୁପର୍ଣ୍ଣା ୩ଥର ବିଏଫ ଡବ୍ଲ୍ୟୁଟାଇଟଲ ଏବଂ ୪ଥର ରନର୍ସଅପ ହୋଇଛନ୍ତି । ଏହା ବ୍ୟତୀତ ସେ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରେ ଅନେକ ଟାଇଟଲ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *