ଗଞ୍ଜାମର ଜଣେ ନିଶା ବେପାରୀଙ୍କ ଘରୁ ପୁଲିସ ୮ କେଜି ୫୯୮ ଗ୍ରାମ ସୁନା, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ଗଞ୍ଜେଇ ଓ ୧୦ କେଜି ଅଫ ଜବତ କରିଛି

ଗଞ୍ଜାମ : ବେଆଇନ ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢାଛ କରି ବିପୁଳ ପରିମାଣର ଟଙ୍କା ସହ ସୁନା ଜବତ କରିଛି ପୁଲିସ । ଏପରି ଘଟଣା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲିକୋଟ ଥାନା ଅଞ୍ଚଳରେ । ପୁଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି । ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା ଜବତ କରିଛି । ଏଥିସହିତ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ପୁଲିସ ଜବତ କରିଛି ।

ପୁଲିସ ସୂଚନା ମୁତବାକ, ଗଞ୍ଜାମ ଜିଲ୍ଲା ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ ବାହାରୁ ଗଞ୍ଜେଇ କିଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ତାଙ୍କୁ ଧରିବା ପାଇଁ ଗୁରୁବାର ରାତିରେ ପୁଲିସ୍ ଅଚାନକ ରଜନୀକାନ୍ତଙ୍କ ଘରେ ଚଢ଼ଉ କରିଥିଲା । ଚଢାଉ ବେଳେ ଏହି ସବୁ ସାମଗ୍ରୀ ଜବତ କରଛି ପୁଲିସ । ଏତେ ପରିମାଣର ଅର୍ଥ ଓ ସୁନା କେଉଁ ଉପାୟରେ ଉପାଉର୍ନ ତାହାର ହିସାବ ଦେଇପାରିନଥିଲେ ରଜନୀକାନ୍ତ । ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *