ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯୩ ଜଣ ପଜିଟିଭ ଚିହ୍ନଟ; ୦ରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୮୦ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ୫୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷର ୮୦ ଜଣ ଥିବାବେଳେ ସଙ୍ଗରୋଧରୁ ୩୪୬ ଜଣ ଚିହ୍ନଟ ହୋଇଥିବାବେଳେ ୨୪୭ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪ଜଣ, ବାଲେଶ୍ୱରରୁ ୧୧, ବରଗଡାରୁ ୧, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୧ଜଣ, କଟକରୁ ୮୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୪, କଳାହାଣ୍ଡିରୁ ୫, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୨୯୦, ମୟୁରଭଞ୍ଜରୁ ୨୭, ପୁରୀରୁ ୨୩, ଷ୍ଟେଟ ପୁଲରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି | ସେହିପରି ଏପର୍ଯ୍ୟନ୍ତ ସମୁଦାୟ ୧୦ ଲକ୍ଷ ୨୯ ହଜାର ୪୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦ ଲକ୍ଷ ୧୬ ହଜାର ୧୬୫ ଜଣ ସୁଷତଃ ହୋଇଛନ୍ତି | ବର୍ତ୍ତମାନ ୪୯୬୭ଟି ସକ୍ରିୟ ମାମଲା ରହିଛି |

Leave a Reply

Your email address will not be published. Required fields are marked *