ମହାଷ୍ଟମୀରେ ପୂଜା ମଣ୍ଡପରେ ଭକ୍ତିର ପରିବେଶ

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ ଜନନୀ। ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ। ସକାଳୁ ଆରମ୍ଭ ହୋଇଛି ଜଗତଜନନୀଙ୍କ ମହାଷ୍ଟମୀ ପୂଜା। ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। କୋଭିଡ କଟକଣା ସାଜିଛି ବାଧକ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ନବମୀ ପୂଜା ହେଉଛି । କଟକ ଜିଲ୍ଲା ଜଗତସିଂହପୁର ସ୍ଥିତ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଗତକାଲିଠୁ ୧୪ ତାରିଖ ଯାଏ ପୀଠ ଓ ଏହାର ଚତୁଃପାର୍ଶ୍ୱରେ ଏହି କଟକଣା ଲାଗୁ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

Leave a Reply

Your email address will not be published. Required fields are marked *