ରୋଟାରି କ୍ଲବ ତରଫରୁ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ
ଭୁବନେଶ୍ୱର: ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ତରଫରୁ ସ୍ଥାନୀୟ ରେଣ୍ଟାଲ କଲୋନୀ ଠାରେଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ 3262ର ଡିଜି ଯଂଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଡାକ୍ତରଙ୍କ ଦ୍ୱାରା ଆବଶ୍ୟକତା ଅନୁସାରେ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରି ଯେଉଁମାଙ୍କର ଚଷମାର ଆବଶ୍ୟକ ସେମାନଙ୍କୁ ମାଗଣା ରିଡିଙ୍ଗ ଗ୍ଲାସ ପ୍ରଦାନ କରାଯାଇଥିଲା | ପ୍ରାୟ ୧୫୦ରୁ ଉର୍ଦ୍ଧ ରୋଗୀମାନଙ୍କୁ ପରୀକ୍ଷା କରଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ୧୦୦ରୁ ଉର୍ଦ୍ଧ ଚଷମା ପ୍ରଦାନ କରାଯାଇଥିଲା | ରୋଟାରି କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ତରଫରୁ ଡିଜିଙ୍କ ଦ୍ୱାରା ଏକ ତିନି ବର୍ଷର ଛୋଟ ଶିଶୁ ନନ୍ଦ କୁମାର ନଗେଶର କର୍କଟ ଚିକିତ୍ସା ପାଇଁ 11000 ଟଙ୍କାର ସହାୟତା ଚାଇଲଡ ହେଲ୍ପ ଫାଉଣ୍ଡେସନକୁ ପ୍ରଦାନ କରାଯାଇଥିଲା |
ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱରର ଡ଼ ରେଖା ଦାସ, ସଭାପତି ମଧୁଛନ୍ଦା ବଳ, ଅଶୋକ ବଳ, ରାଜଲକ୍ଷ୍ମୀ ମହାପାତ୍ର, ସୁକାନ୍ତ ଦାସ, ଗୋକୁଳି ନାୟକ, ବନଜା ବେହେରା, ସୂର୍ଯ୍ୟ ନାରାୟଣ ସାହୁ ଓ ତପସ୍ୱିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ |