ୱାଣ୍ଡର ୱାର୍ଲ୍‌ଡ଼ ୱାଟର ପାର୍କରେ ଅକ୍ଟୋବର ୨୦ ରୁ ଦାଣ୍ଡିଆ ଧମାଲ୍ “ଲେଟସ୍ ନାଚୋ”

-୫ ଦିନ ବ୍ୟାପି ଚାଲିବ
-ଯୋଗଦେବେ ଅଭିନେତା, ଅଭିନେତ୍ରୀ

-ଦାଣ୍ଡିଆ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ

ଭୁବନେଶ୍ୱର : ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ଓାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ, ମଲାଟିପାଟପୁର, ପୁରୀ ଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ ହେବ। ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଅକ୍ଟୋବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୩ ଟା ରୁ ୬ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା । ଆଗନ୍ତୁକ ଙ୍କ ନିମନ୍ତେ ଏକ ଅବିସ୍ମରଣୀୟ ଅନୁଭୂତି ଦେବ। ଏଥିରେ ଲାଇଭ୍ ଅଭିନେତା, ଡିଜେ , ଇଡିଏମ୍ ବିଟ୍, ସୁପ୍ରସିଦ୍ଧ ଗାୟକ ଏବଂ ସୁସ୍ୱାଦୁ ନବରାତ୍ର ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧ ହେବ | ଏହି ସ୍ବତନ୍ତ୍ର ମୁହୁର୍ତକୁ ସାଉଁଟିବା ପାଈ ନିଜ ସ୍ଥାନ ସୁରକ୍ଷିତ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଭିଆଇପି ଟିକେଟ୍ ୧୦୪୯ ଏବଂ ନିୟମିତ ଟିକେଟ୍ ୭୯୯ ମୂଲ୍ୟରେ ରେ ଉପଲବ୍ଧ ହେବ।ଏହି ଟିକେଟ୍ ଅନଲାଇନ୍ ରେ ମଧ୍ୟ ଉପଲବ୍ଧ ହେବ। ବୋଟିଂ ଏବଂ ଜୋର୍ବିଙ୍ଗ ଠାରୁ ଆରମ୍ଭ କରି ଆରାମଦାୟକ ମଦର କର୍ଣ୍ଣର ସହ, ସମସ୍ତ ୱାଟର ରାଇଡ୍ସ , ପ୍ରବେଶ, ପାର୍କିଂ ପର୍ଯ୍ୟନ୍ତ, ଭିଆଇପି ଟିକେଟ୍ଧାରୀ ମାନେ ପ୍ରକୃତ ପ୍ରିମିୟମ୍ ଅଭିଜ୍ଞତା ଉପଭୋଗ କରିବେ | ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂମ୍ପର୍କରେ ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ସୂଚନା ଦେଇ କହିଥିଲେ ଯେ ଏହା ଏକ ଅନନ୍ୟ ଇଭେଣ୍ଟ ଯେଉଁଥିରେ ଉଭୟ ଦାଣ୍ଡିଆର ଉତ୍ସବର ସ୍ପନ୍ଦନ ଏବଂ ୱାଟର ପାର୍କର ସତେଜ ରୋମାଞ୍ଚ ଉଭୟ ଦୁନିଆର ସର୍ବୋତ୍ତମ ଉପଲବ୍ଧି ପ୍ରଦାନ କରିବ। ପାର୍ବଣର ରୋମାଞ୍ଚ ସହ ଖାଦ୍ୟର ପସରା ଯଥା ଆଳୁୁ ଟିକି ଚାଟ୍, ଧୋକଲା, କଚୋଡି, ମୁଗଡାଲ୍ ହାଲୱା, ଏବଂ ପନିର ଉତ୍ଥପମ୍ ପରି ସ୍ୱତନ୍ତ୍ର ନବରାତ୍ରୀ ଆନନ୍ଦ ସହିତ ଉତ୍ସବରେ ବୁଡ଼ନ୍ତୁ, ଯାହା ଓଡିଶାରେ ଅଦୃଶ୍ୟ ଓ ଅନନ୍ୟ ଅନୁଭୂତି ସୃଷ୍ଟି କରିବ | ଉତ୍ସବର ଆନନ୍ଦ ଏବଂ ଆକ୍ୱାଆଡ୍ଭେନଞ୍ଚରସ୍ ମିଶ୍ରଣରେ ନିଜକୁ ବୁଡ଼ାଇବାର ସୁଯୋଗରୁ ବଞ୍ଚିତ ହୁଅନ୍ତୁ ନାହିଁ | ଅନ୍ଲାଇନ୍ ରେ ନବରାତ୍ରୀ ଟିକେଟ୍ ସୁରକ୍ଷିତ କରନ୍ତୁ କିମ୍ବା ଏହାର ଅଂଶ ହେବା ପାଇଁ ୧୮୦୦ ୧୨୦ ୦୦୬୬ ଓ ୮୧୪୪୯୧୬୯୪୬ କୁ କଲ୍ କରନ୍ତୁ | ଓଡ଼ିଶାର ସବୁଠାରୁ ବଡ ଦାଣ୍ଡିଆ ଇଭେଣ୍ଟ ର ରଙ୍ଗରେ କେବଳ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ରେ ରଙ୍ଗିନ୍ ହୁଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସଂମ୍ପାଦକ ରାଧାରମଣ ନାୟକ, ପ୍ରଦ୍ୟୁମ୍ନ ମିଶ୍ର ( ମୁଖ୍ୟ ସଂମ୍ପାଦକ,ଅମୃତ ନିୟୁଜ୍) ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *