ଆସନ୍ତା ଅକ୍ଟୋବର ୧୭ ରେ ଭୁବନେଶ୍ୱରରେ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର 17 ତାରିଖରେ ଭୁବନେଶ୍ୱରରେ ହେବାକୁ ଯାଉଛି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ | ସାରା ବିଶ୍ୱର କୋଣ ଅନୁକୋଣରୁ ଫିଲ୍ମ ନିର୍ମାତା ମାନେ ନିଜ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର, ପ୍ରାମାଣିକ ଚଳଚିତ୍ର ସବୁ ଏହି ମହୋତ୍ସବରେ ପ୍ରଦର୍ଶିତ କରିବେ | ଜୟଦେବ ଭବନ ଠାରେ ହେବାକୁ ଥିବା ଏହି ଏକଦିବସୀୟ ଉତ୍ସବରେ ପ୍ରାୟ 100 ରୁ ଉର୍ଦ୍ଧ ଚଳଚିତ୍ର ପ୍ରଦର୍ଶିତ ହେବ |

ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଥିଲେ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲର ଉଦ୍ୟୋକ୍ତା | ଏହି ମହୋତ୍ସବରେ ସଟ୍ ଫିଲ୍ମ, ଡକ୍ୟୁମେଣ୍ଟାରୀ, ୱେବସିରିଜ ଏବଂ ଅନ୍ୟାନ୍ୟ ଫିଚର୍ସ ଫିଲ୍ମ ନିର୍ମାତା ମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ | ସମସ୍ତ ବର୍ଗର ଲୋକମାନେ ଏଥିରେ ଅଂଶଗ୍ରହଣ କରିପାରିବେ | ଫିଲ୍ମ ସବମିଟି କରିବାର ଶେଷତାରିଖ ହେଉଛି 10 ଅକ୍ଟୋବର 2024 | ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟାସିନାଲ ପ୍ରେସିଡେଣ୍ଟ ଦିଲ୍ଲୀପ୍ କୁମାର ଏଚ.ଆର ରେଡ୍ଡୀ, ଚେୟାରମ୍ୟାନ ଏ.ସୂର୍ଯ୍ୟନାରାୟଣ, ଜେନେରାଲ ସେକ୍ରେଟେରୀ ରାମଚନ୍ଦ୍ର ରେଡ୍ଡୀ, ଫିଲ୍ମ ଡ଼ାଇରେକ୍ଟର ପବନ କୁମାର, ଏସ. ବାଗୁଲା ଓଡ଼ିଶା ଷ୍ଟେଟ ପ୍ରେସିଡେଣ୍ଟ କେ.କେ ସୁମନ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *