ଇଂରାଜୀ ନବବର୍ଷ ଉପଲକ୍ଷେ ରୋଟାରି ଏକାମ୍ର କ୍ଷେତ୍ରର ବିଭିନ୍ନ ଜନହିତକର କାର୍ଯ୍ଯକ୍ରମ
ଭୁବନେଶ୍ୱର: ରୋଟାରି ଜିଲ୍ଲା ୩୨୬୨ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ଆହ୍ବାନ କ୍ରମେ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ତରଫରୁ ବିଭିନ୍ନ ଜନହିତକର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସାମାଜିକ ଅନୁଷ୍ଠାନ ‘ଆଶା କିରଣ ” ଠାରେ ରହୁଥିବା ୨୫ଜଣ ଝିଅ ମାନଙ୍କୁ କ୍ଲବ ତରଫରୁ ଦିବା ଭୋଜନରେ ଆପ୍ଯାୟିତ କରାଯାଇଥିଲା।
ତତ୍ପରେ ଦୃଷ୍ଟିବାଧିତ ଛାତ୍ର “ରାଜ”ର ଜନ୍ମଦିନ ପାଳନ ସହିତ କ୍ଲବର ସଭ୍ଯା ତପସ୍ୱିନୀ ପଣ୍ଡା ତାଙ୍କୁ ଏକ ଆପେଲ ଆଇ ପ୍ୟାଡ୍’ ଉପହାର ଦେଇଥିଲେ। କେବଳ ଛାତ୍ରମାନେ ରହୁଥିବା ଅନୁଷ୍ଠାନ “ପ୍ରତିଭା ଆଶ୍ରମ”ରେ ୨୫ ଜଣ ଛାତ୍ରଙ୍କୁ ସ୍କୁଲ ବ୍ୟାଗ ଏବଂ ସେମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଫୁଟବଲ୍ ଏବଂ ଭଲି ବଲ୍ ପ୍ରଦାନ କରାଯାଇଥିଲା।ଏଥିସହିତ ସାମାଜିକ ଅନୁଷ୍ଠାନ “ଆଶାୟେଁ”ର ୪୫ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ଯ ଉପକରଣ ସହିତ ସେମାନଙ୍କର ଚିତ୍ତ ବିନୋଦନ ନିମନ୍ତେ ଡ୍ରଇଁ ଉପକରଣ ପ୍ରଦାନ କରାଯିବା ସହିତ ସେମାନଙ୍କର ଜଳଯୋଗର ବନ୍ଦୋବସ୍ତ କରାଯାଇ ଥିଲା। ଏତଦ୍ ବ୍ଯତୀତ ରମାଦେବୀ କନିଷ୍ଠ ମହାବିଦ୍ୟାଳୟର ଦୃଷ୍ଟିବାଧିତ ଛାତ୍ରୀଜ୍ୟୋତିରେଖା ମହାନ୍ତି ଙ୍କୁ ପ୍ରତି ମାସ ଭଳି ଏ’ ମାସରେ ମଧ୍ଯ ୩ହଜାର ଟଙ୍କା ପୂର୍ବତନ ସଭାପତି ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ଯକ୍ରମ କ୍ଲବର ସଭାପତି ମଧୁଛନ୍ଦା ବଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଥିଲା।ଏହି ସମସ୍ତ କାର୍ଯ୍ଯକ୍ରମକୁ ପୂର୍ବତନ ସଭାପତି ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର, ପ୍ର. ସରୋଜ ଲକ୍ଷ୍ମୀ ପଟ୍ଟନାୟକ, ରୋଟାରିଆନ ଅଶୋକ ବଳ, ଡ.ରେଖା ଦାସ, ରୋଟାରିଆନ ନଳିନୀ,ରୋଟାରୀୟାନ ସଞ୍ଜୟ ଦାସ,ରୋଟାରିଆନ ତପସ୍ୱିନୀ ପଣ୍ଡା ପରିଚାଳନା କରିଥିଲେ। କ୍ଲବର ଏଭଳି ଜନହିତକର କାର୍ଯ୍ଯକ୍ରମକୁ ସମାଜର ବିଭିନ୍ନ ବର୍ଗର ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ।