- ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ | ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ | ତାମିଲନାଡୁରୁ ଶ୍ରୀଲଙ୍କାକୁ ଖାଦ୍ୟ ଓ ଔଷଧ ସମେତ ରିଲିଫ ସାମଗ୍ରୀ ପଠାଇବା ପାଇଁ ପ୍ରସ୍ତାବ ଦେଇଥିବା ସୂଚନା |
- ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ | ୬ ମାସ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର, ଏହାଦ୍ୱାରା ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ |ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।