ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ନଭେମ୍ବର 14 ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା 14 ତାରିଖ ଶିଶୁ ଦିବସ ପାଳନ ଅବସରରେ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଶ୍ରୀ ରାମେଶ୍ଵର ବରିଷ୍ଠ ନାଗରିକ ସଂଘ ସଭା ଗୃହରେ ଶିଶୁ ଦିବସ ଉପଲକ୍ଷେ ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୀତରେ 37 ଜଣ, ନାଚରେ 46 ଜଣ, ଣଡ୍ରଇଂରେ 66ଜଣ, ଧୀଶକ୍ତି ପରୀକ୍ଷାରେ 42ଜଣ ଏବଂ ତର୍କ ପ୍ରତିଯୋଗିତାରେ 22 ଜଣ ବିଭିନ୍ନ ଭାଗରେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କୁ ବୟସାନୁକ୍ରମେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ, ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବିଭାଗରେ ବିଭକ୍ତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଡ. ତରୁ ମିଶ୍ର, ଡ.ନୀତା ବହିଦାର, ଡ. ରେଖା ଦାସ, ଶ୍ରୀମତୀ ସରୋଜ ଲକ୍ଷ୍ମୀ ପଟ୍ଟନାୟକ, ସଂଗୀତଜ୍ଞ ଶ୍ରୀ ସୁଶୀଲ କୁମାର ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଶ୍ରୀ ସଂଗମ ସାହୁ,ଶ୍ରୀ ବିଶ୍ଵ ରଞ୍ଜନ ସ୍ବାଇଁ,ଶ୍ରୀମତୀ ନଳିନୀ ନାରାୟଣ, ଶ୍ରୀମତୀ କାନନ ବାଳା ପଟ୍ଟନାୟକ ଏବଂ ଶ୍ରୀମତୀ ସଂଯୁକ୍ତା ପଣ୍ଡା ବିଚାରକ ମଣ୍ଡଳୀ ଭାବରେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ସଭାପତି ମଧୁଛନ୍ଦା ବଳ ଏବଂ ପି.ଇ.ସି.ଟି.ର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମେଶ୍ଵର ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ସହଯୋଗ କରିଥିଲେ । ପିଲାମାନେ ଏହି ପ୍ରତିଯୋଗିତାରେ ବହୁତ ଉତ୍ସାହର ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ପ୍ରତ୍ୟେକ ବର୍ଷ କରିବା ନିମନ୍ତେ ଅଭିଭାବକମାନେ ଅନୁରୋଧ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ନଭେମ୍ବର 14 ତାରିଖ ଅପରାହ୍ନ ଚାରିଟା ସମୟରେ ଉକ୍ତ ସଭାଗୃହରେ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *