ରୋଟାରି କ୍ଲବ ତରଫରୁ ଅସହାୟ, ବଞ୍ଚିତ ବର୍ଗର ପିଲମାନଙ୍କ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ତରଫରୁ ନୟାପଲ୍ଲୀ ସ୍ଥିତ ମମତାଜ ଅଲ୍ଲି ବିଦ୍ୟାଳୟର ସ୍ବାଭିମାନ କେନ୍ଦ୍ରରେ ଅସହାୟ ଓ ବଞ୍ଚିତ ବର୍ଗର ପିଲା ମାନଙ୍କ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |

ସମାଜର ବଞ୍ଚିତ, ଅସହାୟ ଅଟିଷ୍ଟିକ୍ ପିଲାମାନଙ୍କ ନିମନ୍ତେ ଅଙ୍ଗ ଚାଳନ ଚିକିତ୍ସା, କଥନ ଚିକିତ୍ସା ଏବଂ ବୃତିଗତ ଚିକିତ୍ସା କାର୍ଯ୍ୟକ୍ରମ ରାହୋମ୍ ଶିଶୁ ପରିଚାଳନା ଅନୁଷ୍ଠାନର ଡ଼.ବିଶ୍ଵରଞ୍ଜନ ଲେଙ୍କା, ଡ଼. ରlଜଲଷ୍ମୀ ସାହୁଏବଂ ଫିଜିଓଥେରାପିଷ୍ଟ ଡ. ଲକ୍ଷ୍ମୀପ୍ରିୟା କର ଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ମଧୁଛନ୍ଦା ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲବର ଅନ୍ୟ ସଭ୍ଯ ସଭ୍ଯାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ 20 ଜଣ ପିଲାମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ପିଲାମାନଙ୍କ ପିତାମାତାଙ୍କ ସହିତ ସମାଜର ବିଭିନ୍ନ ବର୍ଗର ଲୋକମାନେ ରୋଟାରିର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ କରିବା ନିମନ୍ତେ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *