୧୩ ଜଣ ସାହିତ୍ୟିକ ପାଇଲେ ଚଳିତ ବର୍ଷର କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ
ଭୁବନେଶ୍ୱର: କଳିଙ୍ଗ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ ସମାରୋହ | ଚଳିତ ବର୍ଷ ଓଡ଼ିଆ ସାହିତ୍ୟର ଏଗାରଟି ବିଭାଗରେ ଶ୍ରେଷ୍ଠ ବିବେଚିତ ୧୩ ଗୋଟି ପୁସ୍ତକର ଲେଖକ/ଲେଖିକାଙ୍କୁ କଳିଙ୍ଗ ପୁସ୍ତକମେଳା ସାରସ୍ଵତ ସମ୍ମାନ ୨୦୨୪ରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇଥିଲେ। ସ୍ଵତନ୍ତ୍ର ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମନପ୍ରାପ୍ତ ଲେଖକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଶ୍ରୀଯୁକ୍ତ ହୃଷୀକେଶ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ଆୟକର କମିଶନର ତଥା ଲେଖକ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ବିପିନ ବିହାରୀ ମିଶ୍ର ଯୋଗଦେଇଥିଲେ। ଏହି ସାରସ୍ବତ ସମ୍ମାନ ସମାରୋହରେ ପୁସ୍ତକମେଳା କମିଟି ଦ୍ବାରା ଚୟନ ହୋଇଥିବା ୧୩ ଜଣ ସାହିତ୍ୟିକଙ୍କ ମଧ୍ୟରେ ପ୍ରବନ୍ଧରେ ସତ୍ୟନାରାୟଣ ମିଶ୍ରଙ୍କ ପୁସ୍ତକ “ସତ୍ୟାର୍ଥ ପ୍ରକାଶ”,ଉପନ୍ୟାସ ରେ ସଂଯୁକ୍ତା ମହାପାତ୍ରଙ୍କର ପକ୍ଷୀଘର ପ୍ରକାସନି ଦ୍ଵାରା ପ୍ରକାଶିତ “ଏକଲବ୍ୟ” ପୁସ୍ତକ ,ଧର୍ମ ବିଭାଗରେ ବାବାଜୀ ଚରଣ ଦାସଙ୍କର କୋଠାଘର ପ୍ରକାସନୀ ଦ୍ଵାରା ପ୍ରକାଶିତ ପୁସ୍ତକ “ପୁରାଣ କଥା ସହସ୍ର ଗାଥା”ପୁସ୍ତକ ,ନାଟକରେ ଡ ପ୍ରଶାନ୍ତ କୁମାର ବିଶ୍ବାଳଙ୍କର ରତ୍ନଚିରା ପ୍ରକାସନୀ ଦ୍ଵାରା ପ୍ରକାଶିତ “ଅନ୍ଧଗଳି” ପୁସ୍ତକ, ଶିଶୁକବିତା ରେ ବିଜୟ କୁମାର ନାଥଙ୍କର ପ୍ରଜ୍ଞା ପ୍ରକାସନୀ ଦ୍ଵାରା ପ୍ରକାଶିତ “ହଡବଡ ଗଡବଡ”ପୁସ୍ତକ, କ୍ଷଦ୍ରଗଳ୍ପ ରେ ମାନସୀ ପାତ୍ରଙ୍କର ପକ୍ଷୀଘର ପ୍ରକାସନୀ ଦ୍ଵାରା ପ୍ରକାଶିତ “ମଣିଷ ହାଟ”, ଶିଶୁଗଳ୍ପ ସ୍ନିଗ୍ଧା ନାୟକ ରତ୍ନଚିରା ପ୍ରକାସନୀ ଦ୍ଵାରା ପ୍ରକାଶିତ “ଅନ୍ଧବିଶ୍ୱାସ ଓ ବାବୁ ମୋଟୁରାମ୍” କ୍ଷୁଦ୍ରଗଳ୍ପ ରେ ଲଳିତ ମୋହନ ମିଶ୍ର ଙ୍କର ପଶ୍ଚିମା ପ୍ରକାସନୀ ଦ୍ଵାରା ପ୍ରକାଶିତ “ଚେତନାର ଚୌହଦୀ” ପୁସ୍ତକ,କବିତାରେ ଦେବଯାନୀ ରାୟଙ୍କର ଏଥେନା ପ୍ରକାଶନ ଦ୍ଵାରା ପ୍ରକାଶିତ “ଶ୍ରମଣାର ଶୋଷ”, କବିତା ବସିରୀନ୍ ବିବିଙ୍କର ପଶ୍ଚିମା ପ୍ରକାସନୀ ଦ୍ଵାରା ପ୍ରକାଶିତ “ପ୍ରତ୍ୟାଶା ” ପୁସ୍ତକ,ଆତ୍ମଜୀବନୀରେ ଇଂ ଗୌରବ ଚନ୍ଦ୍ର ମହାପାତ୍ରଙ୍କର ଶୀଳାଶ୍ରୀ ପ୍ରକାସନୀ ଦ୍ଵାରା ପ୍ରକାଶିତ “ଜୀବନ ଅନ୍ତରାଳରେ” ପୁସ୍ତକ,ଗୀତି କବିତାରେ ବଂଶୀଧର ସେଠୀଙ୍କର ଲେଖାଲେଖି ପ୍ରକାସନୀ ଦ୍ଵାରା ପ୍ରକାଶିତ “ରାତି ମୋର ଅତି ଆପଣାର” ପୁସ୍ତକ ,ଅନୁବାଦରେ ଚିତ୍ତରଞ୍ଜନ ପଟ୍ଟନାୟକଙ୍କର ବ୍ଲାକ ଇଗଲ ପ୍ରକାସନୀ ଦ୍ଵାରା ପ୍ରକାଶିତ “ଲବଙ୍ଗ ” ପୁସ୍ତକ କଳିଙ୍ଗ ପୁସ୍ତକମେଳା ସାରସ୍ଵତ ସମ୍ମାନ ୨୦୨୪ ରେ ସମ୍ମାନିତ ହୋଇଥିଲେ।
ଡ଼ ବିୟତପ୍ରଜ୍ଞା ଆଚାର୍ଯ୍ୟଙ୍କ ଗଳ୍ପ ସଂକଳନ ପୁସ୍ତକ ” ମରୁଦ୍ୟାନର ସନ୍ଧାନ ” ଉନ୍ମୋଚିତ ହୋଇଥିଲା |
ସେହିଭଳି ଶ୍ରେଷ୍ଠ ପ୍ରକାଶନୀ ସଂସ୍ଥା ଭାବେ ପ୍ରକାଶକ କ୍ଷୀରୋଦ ଚନ୍ଦ୍ର ପତିଙ୍କ ଅପୂର୍ବା ପ୍ରକାଶନୀ ଏବଂ ବିଶିଷ୍ଠ ଯୁବ ଲେଖିକା ସ୍ମିତାରଥ “ବୋଉର ସନ୍ତକ ସିନ୍ଦୂର ଫରୁଆ ” ପାଇଁ ସମ୍ମାନିତ ହୋଇଥିଲେ। ଗୀତା ହୋତା ସ୍ମୃତି ସ୍ମାରକୀ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସମାଜସେବୀ ଶାନ୍ତି ରଥ ଏବଂ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ପୁସ୍ତକ ମେଳା ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ ଡ ସଂଘମିତ୍ରା ପତି | କଳିଙ୍ଗ ପୁସ୍ତକ ମେଳା ସେବା ସମ୍ମାନରେ ମଞ୍ଜୁଳା ତ୍ରିପାଠୀ ଓ ଶ୍ରେଷ୍ଠ ପ୍ରଶାସନିକ ଶିକ୍ଷା ଅନୁଷ୍ଠାନ ଭାବେ ବାଜିରାଓ ଆଇ ଏ ଏସ୍ ଏକାଡେମୀ ସମ୍ମାନିତ ହୋଇଥିଲେ। ଡ଼ ଦେବାଶିଷ ମହାପାତ୍ର ମଂଚ ପରିଚାଳନା କରିଥିଲେ |