- ରାଜ୍ୟରେ ଦିନକରେ ଆଉ ୧୭୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୨ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ରୋଗୀ ଚିହ୍ନଟ | ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୦ ହଜାର ୯୨୭ ଜଣ ରୋଗୀ, ୨୦୦୧ ଜଣ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଖୋର୍ଦ୍ଧାରେ ସର୍ବାଧିକ ୮୬ ଓ ମୟୂରଭଞ୍ଜରେ ୧୯ ଜଣ ପଜିଟିଭ୍ ଚିହ୍ନଟ |
- ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା ବୃଦ୍ଧି କରାଯାଇଛି | ଭାରତୀୟ ସ୍ଥଳସେନାରେ ଗତ ୧୦ ବର୍ଷ ହେଲା ସାମିଲ ହୋଇଛି ଅତ୍ୟାଧୁନିକ ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ପିନାକ-ER |