- ପୁରୀରେ ମାଞ୍ଜା ସୁତାରେ ଯୁବକଙ୍କ ବେକ କଟିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା କୁମ୍ଭାରପଡ଼ା ଥାନା ପୋଲିସ। ଧାରା ୩୩୭ ଓ ୩୩୮ରେ ରୁଜୁ ହେଲା ମାମଲା । ମାଞ୍ଜା ସୁତା ରଖୁଥିବା ଦୋକାନ ଉପରେ ହେବ ଚଢ଼ାଉ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା
- ଛାତ୍ରଛାତ୍ରୀଙ୍କ ପରେ ଏବେ ସମ୍ବଲପୁରରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ କ୍ଲାସ୍ରୁମ୍କୁ ମୋବାଇଲ ନେଇ ପାରିବେନି। କ୍ଲାସ୍ରୁମ୍ରେ ମୋବାଇଲ ବ୍ୟବହାର ଅଭିଯୋଗ ପରେ ନିଷ୍ପତ୍ତି ନେଲେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ