ପିଇସିଟି ଓ ରୋଟାରୀ ଏକାମ୍ର କ୍ଷେତ୍ର ପକ୍ଷରୁ ପଣା ବଣ୍ଟନ

ଭୁବନେଶ୍ୱର: ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ (ପିଇସିଟି) ଏବଂ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପକ୍ଷରୁ ପଣା ବଣ୍ଟନ କରାଯାଇଅଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନର ସଦସ୍ୟ ମାନେ ସ୍ଥାନୀୟ ଇନ୍ଦ୍ରଧନୁ ମାର୍କେଟ ଠାରେ ପଥଚାରୀ ମାନଙ୍କୁ ସୁସ୍ୱାଦୁ ପଣା ବାଣ୍ଟିଥିଲେ | ବେଲ, କଦଳୀ, ନଡ଼ିଆ ସହ ବିଭିନ୍ନ ଫଳ ଓ ଗୁଡରେ ପ୍ରସ୍ତୁତ ସୁସ୍ବାଦୁ ପଣାକୁ ଲୋକମାନେ ବେଶ ଆନନ୍ଦର ସହ ପିଇଥିଲେ | ପ୍ରାୟ ୬ଶହରୁ ଉର୍ଧ୍ଵ ଲୋକଙ୍କୁ ପଣା ପ୍ରଦାନ କରାଯାଇଥିଲା |

ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବରେ ଲୋକଙ୍କୁ ପଣା ବାଣ୍ଟିବା ସହ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ହେଇଥିବା ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପକ୍ଷରୁ ସଭାପତି ମଧୁଛନ୍ଦା ବଳ, ନଳିନୀ ନାରାୟଣ, ସରୋଜଲକ୍ଷ୍ମୀ ପଟ୍ଟନାୟକ, ସଂଜୟ ଦାସ, ସୂର୍ଯ୍ୟନାରାୟଣ ସାହୁ, ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସମାଜସେବୀ ତଥା ବିଜେପି ନେତ୍ରୀ କାନନବାଳା ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ | ସ୍ଥାନୀୟ ରେନବୋ କେଫେର କର୍ମଚାରୀ ରଙ୍ଗାଧର ଜେନା, ଲଳିତ ଗଡ଼ନାୟକ, ସୁଶାନ୍ତ ଦାସ, ମଞ୍ଜୁ ଦଳେଇ, ରମେଶ ବେହେରା ପ୍ରମୁଖ ପଣା ପ୍ରସ୍ତୁତିରେ ସମ୍ପୂର୍ଣ ସହଯୋଗ କରିଥିଲେ | ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ (ପିଇସିଟି) ଏବଂ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଏଭଳି ସେବା କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଅଛି |

Leave a Reply

Your email address will not be published. Required fields are marked *