“ଯାହା ମୋ ଜୀବନରେ ଘଟିଛି ତାହାହିଁ ଲେଖିଛି” ପ୍ରିୟଦର୍ଶନ
ଭୁବନେଶ୍ୱର: ସେ ଲେଖକ ନଥିଲେ ହେଲେ ତାଙ୍କ ଜୀବନର ସଂଘର୍ଷ ତାଙ୍କୁ ବାଧ୍ୟ କରିଥିଲା ଲେଖିବାକୁ | “ହଁ ମୁଁ ବିଫଳ ” ଲେଖକ ପ୍ରିୟଦର୍ଶନ ମହାପାତ୍ରଙ୍କର ପ୍ରଥମ ପୁସ୍ତକ | ୧୯ ୯ ୮ ରେ କେଉଁଝର ଆନନ୍ଦପୁର ରେ ଜନ୍ମଲାଭ କରିଥିଲେ | ସେ ସାମ୍ବାଦିକତା ଗଣଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ପରେ ମୁମ୍ବାଇ ରେ ଅନୁପମଖେର ଆକ୍ଟର ପ୍ରିପେୟାର ରେ ଉଭୟ ନୃତ୍ୟ ଏବଂ ଅଭିନୟ ଡିପ୍ଲୋମା କରିଥିଲେ |
ପ୍ରଶ୍ନ- ଏମିତି ଗୋଟେ ପୁସ୍ତକ ଲେଖିବେ ବୋଲି କାହିଁକି ଭାବିଲେ ? ଲେଖକ- ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି ହେଲେ ମୁଁ ନିଜକୁ ବିଫଳ ଚରିତ୍ର ଭାବେ ଦର୍ଶେଇଛି | କାହିଁକି ନା ମୁଁ ଯେତେ ସାରା ଘଟଣା ଦେଖିଛି ମୋ ଜୀବନରେ ସବୁଠି ମୁଁ ସଫଳତା କୁ ଛୁଇଁଛି ଆଉ ଛୁଇଁବା ପରେ ସେ ସଫଳତାକୁ ମୁଁ ସାଇତି ପାରିନି ବରଂ ଫେରିଆସିଛି ତେଣୁ ନିଜକୁ ମୁଁ ବିଫଳ ଦର୍ଶେଇ ପୁସ୍ତକଟି ଲେଖିଛି | ପ୍ରଶ୍ନ- କିଛି ଅନୁଭୂତି ଯାହା ଆପଣଙ୍କୁ ପ୍ରେରଣା ଦେଇଛି ପୁସ୍ତକଟି ଲେଖିବାକୁ ? ଉତ୍ତର- ବହିଟି ମୋ ଜୀବନ ଉପରେ ଲେଖା ହେଇଛି , ମୋ ଜୀବନରେ ମୁଁ ପିଲାବେଳୁ ଆଜି ପର୍ଯ୍ୟନ୍ତ ଯେଉଁ ସଂଘର୍ଷ ଦେଖିଛି ,ଜୀବନରେ ସଫଳତାର ଶୀର୍ଷକୁ ଯାଇ ପୁଣି ଫେରିଛି ସେହି ସବୁ ଘଟଣା ପାଇଁ ହିଁ ମୁଁ ଏହି ପୁସ୍ତକ ଲେଖିଛି | ପ୍ରଶ୍ନ- ସ୍ୱାସ୍ଥ୍ୟଗତ ସମସ୍ୟା କଥା ଆପଣ ଲେଖିଛନ୍ତି ତେବେ ଆପଣଙ୍କ ଅସୁସ୍ଥତା ପ୍ରଭାବିତ କରିଥିଲା କି ,ଆପଣଙ୍କୁ ଲେଖିବାକୁ ? ଉତ୍ତର- ସେହି ସମୟ କଥା ଯଦି କହିବି ସେ ସମୟରେ ବହୁତ ଭାବନା ଆସୁଥିଲା ମୋ ମନକୁ ,ଯେମିତିକି ମୁଁ ସୁସ୍ଥ ହେବିକି ନାହିଁ ମୋର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବକି ନାହିଁ ସେହି ଯେଉଁ ଦିନ ପ୍ରତିଦିନ ନିଜ ସାଥିରେ ମୋର ସଂଘର୍ଷ ଥିଲା ଏବଂ ସେତେବେଳେ ନିଜକୁ ସୁଦୃଢ କରିବାପାଇଁ ସେହି ସମୟରେ ନିଜକୁ ସୁସ୍ଥ କରି ସଫଳତାକୁ ଛୁଇଁବାକୁ କେବଳ ପ୍ରୟାସ କରୁଥିଲି ସେବେଠୁ ଆଜିଯାଏଁ ମୁ ସେଇ ଆତ୍ମବିଶ୍ୱାସ ସହ କାର୍ଯ୍ୟ କରୁଛି | ପ୍ରଶ୍ନ- ତେବେ ପୁସ୍ତକର ଚରିତ୍ର ଟି ଆପଣ ନିଜେ ? ଉତ୍ତର- ହଁ ମୁଁ ନିଜେ କାରଣ ସଫଳ ହୋଇକି ମୁଁ ଯେଉଁଭଳି ଭାବେ ଫେରିଛି, ଯେତେବେଳେ ମୁଁ ଶାରୀରିକ ସ୍ଥରରେ ଦୁର୍ବଳ ହେଇ ହେଇ ଯାଉଥିଲି ମୋତେ ମାନସିକ ସ୍ତରରେ ଆତ୍ମବିଶ୍ୱାସର ସହ ବଞ୍ଚିବାକୁ ପଡୁଥିଲା ସେତେବେଳେ ମୋ ଭାଗ୍ୟ ମୋତେ ପଛକୁ ଟାଣୁଥିଲା ସେଥିପାଇଁ ମୁଁ ନିଜକୁ ବିଫଳ ଭାବେ |