ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ମେହେନ୍ଦିର ଅନେକ ଚାହିଦା -ମଧୁସ୍ମିତା ପଣ୍ଡା

କଳା ଏକ ଈଶ୍ୱର ପ୍ରଦତ୍ତ ବରଦାନ l ଯାହା ସମସ୍ତଙ୍କ ପାଖେ ଲୁକ୍କାୟିତ ହୋଇ ରହିଥାଏ l ସେହିପରି ଜଣେ ଯୁବତୀ ଯିଏକି ପିଲାଟି ଦିନରୁ ମେହେନ୍ଦି ବା ମଞ୍ଜୁଆତି କଳା ପ୍ରତି ଆତ୍କୃଷ୍ଟ ହୋଇ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ମଧୁସ୍ମିତା ପଣ୍ଡା l କୋରାପୁଟରେ ଜନ୍ମିତା ମଧୁସ୍ମିତା ନିଜର ସ୍ନାତକ ଶିକ୍ଷା ପରେ କିଛି ବର୍ଷ ଚାକିରୀ କରିଥିଲେ ମାତ୍ର ପିଲାଦିନରୁ ଦେଖିଥିବା ମେହେନ୍ଦି ଡିଜାଇନ ଓ ଏହାକୁ ହାତରେ ଫୁଟାଇବାର ନିଶା ତାଙ୍କୁ ପ୍ରେରଣା ଯୋଗାଇଥିଲା l ଏହାପରେ ସ୍ୱାମୀ ଓ ପରିବାରର ସହଯୋଗରେ ମେହେନ୍ଦି ଆର୍ଟ ପାଇଁ ଶ୍ରୀମତୀ ପଣ୍ଡା “ଶ୍ରଦ୍ଧା ଚାରୁକଳା ଏକାଡେମୀରେ” ବିଧିବଦ୍ଧ ତାଲିମ ନେଲେ l

ଅନୁଷ୍ଠାନର ଶିକ୍ଷୟିତ୍ରୀ ଲୋପାମୁଦ୍ରା ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମଣୁଥିବା ମଧୁଙ୍କ ମତରେ “ମେହେନ୍ଦି ଏକ ଏମିତି ଜିନିଷ ଯାହା ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଲାଗିଥାଏ ଏବଂ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ମେହେନ୍ଦି ଆର୍ଟ ବା ଡିଜାଇନକୁ ନେଇ ଅନେକ ଆଗ୍ରହ ଦେଖାଯାଉଛି ” l କେବଳ ସେତିକି ନୁହେଁ ଏହା ଏକ ଋତୁକାଳୀନ ବ୍ୟବସାୟ ହୋଇଥିବାରୁ ସେହି ସମୟମାନଙ୍କରେ ନିଜର ରୋଜଗାର ପ୍ରତି ଶୃଙ୍ଖଳିତ ଓ ଦାୟିତ୍ୱବାନ ହେବା ନିତ୍ୟାନ୍ତ ଦରକାର ବୋଲି କୁହନ୍ତି ମଧୁସ୍ମିତା l

ବର୍ତ୍ତମାନ ସାତ ଜଣିଆ ଟିମ୍ ସହିତ ମଧୁ ସହରର ବିଭିନ୍ନ ଉତ୍ସବ ତଥା ପାରିବାରିକ କାର୍ଯ୍ୟକ୍ରମରେ ମେହେନ୍ଦି କରିବାକୁ ଯାଉଛନ୍ତି l ମଧୁ ତାଙ୍କ ମେହେନ୍ଦି ଆର୍ଟରେ ଆରବିକ୍,ହେନାଠାରୁ ଆରମ୍ଭ କରି ମଣ୍ଡଳ ଡିଜାଇନ ଆଦିକୁ କମ୍ ଓ ସୁଲଭ ମୂଲ୍ୟରେ ସେବା ଯୋଗାଉଛନ୍ତି ୩୫୦୦-୧୦,୦୦୦ ବଜାର ମୂଲ୍ୟରେ l ଯାହା ହୁଏତଃ କୌଣସି ନାମୀଦାମୀ ମେହେନ୍ଦି ପାର୍ଲର ଠାରୁ ମୂଲ୍ୟରେ ଖୁବ କମ୍ ହେବ l ବର୍ତ୍ତମାନ ମଧୁ ବିଭିନ୍ନ ଘରକୁ ଯାଇ ମଧ୍ୟ ମେହେନ୍ଦି ସେବା ଯୋଗାଉଛନ୍ତି l ତାଙ୍କର ସମସ୍ତ ମେହେନ୍ଦି ଆର୍ଟର ଶୈଳୀ ଓ ଡିଜାଇନ ସୋସିଆଲ ମିଡ଼ିଆ ତଥା ଇନଷ୍ଟାଗ୍ରାମ୍ ରେ “ମଧୁ ବ୍ରାଇଡାଲ ମେହେନ୍ଦି ଡିଜାଇନ”ରେ ଉପଲବ୍ଧ l କେବଳ ସେତିକି ନୁହେଁ ତାଙ୍କୁ 7077376414 ନମ୍ବରରେ ଯୋଗାଯୋଗ କରି ଆପଣମାନେ ମେହେନ୍ଦି ସେବା ଉପଭୋଗ ମଧ୍ୟ କରିପାରିବେ l

Leave a Reply

Your email address will not be published. Required fields are marked *