କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍ର ଶୁଭାରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରର ସତ୍ୟନଗରସ୍ଥିତ ହୋଟେଲ ସନ୍ ଗ୍ରୀନ୍ ହୋଟେଲ୍ରେ କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍ର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ସୁଲତା ଦେଓ ଓ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ନିର୍ଦ୍ଦେଶକ ଡ. ଜେ ଶ୍ରୀନିବାସ ରାଓ, ଜେନାଲ୍ ହେଡ୍ ଆର୍ ଶିବ କୁମାର ଓ ଆଡିମିସନ ମ୍ୟାନେଜର୍ ପ୍ରଗତି ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ଦେଶର ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ କେଏଲ ବିଶ୍ୱବିଦ୍ୟାଳୟ, ଅନ୍ୟତମ ଶ୍ରେଷ୍ଠ ଏବଂ ବେଶ ପ୍ରସିଦ୍ଧ । ଏହି ବିଶ୍ୱବିଦ୍ୟାଳୟ ୧୯୮୦ ମସିହାରେ ସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟକାରୀ ଆସୁଅଛି । ପ୍ରତିବର୍ଷ ଜେଇଇ ଓ ନିଟ୍ ପ୍ରବେଶିକାକୁ କେଏଲ୍ଇଇ (KLEE) ନାମରେ ନାମିତ କରାଯାଏ । ପ୍ରବେଶ ପରୀକ୍ଷାର ତୃତୀୟ ପର୍ଯ୍ୟାୟ ୨୦୨୩ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ । ଏଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦୦ କୋଟି ଟଙ୍କାର ଛାତ୍ରବୃତ୍ତି ଘୋଷଣା କରାଯାଇଛି । ଜେଇଇରେ ୯୬ ପ୍ରତିଶତ କିମ୍ବା ତାଠାରୁ ଅଧିକ ମାର୍କ ରଖିଛନ୍ତି, ସେମାନଙ୍କୁ ୧୦୦% ଟ୍ୟୁସନ ଫି ଛାଡ଼ କରାଯାଇଛି । ଏହା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଶାରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଏବଂ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ଲାଭ ଉଠାଇବା ସହ ସାରା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ ଅଧିକ ଫଳପ୍ରଦ ଓ ଉତ୍ସାହଜନକ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶାକରୁଛନ୍ତି । କେଏଲଇଇ ମେରିଟ୍ ସ୍କଲାରସିପ୍ ପୋଷ୍ଟର ଉନ୍ମୋଚନ ହେବା ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ଏନେଇ ସଚେତନ ହେବେ । ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଏହି ସ୍କଲାରସିପ୍ ଲାଭ କରି ନିଜ କ୍ୟାରିୟରରେ ଉନ୍ନତି ଆଣିପାରିବେ ବୋଲି ସୂଚନା ଦିଆଯାଇଛି ।