ମଦର ପକ୍ଷରୁ ଜାହାନିଆ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

ଅସ୍ତରଙ୍ଗ: ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଆଜି ପରିବେଶ ସୁରକ୍ଷା ଅଭିଯାନ ଅନ୍ତର୍ଗତ ଏକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ପୁରୀ ଜିଲ୍ଲା ଅସ୍ତରଙ୍ଗର ଜାହାନିଆ ବେଳାଭୂମି ଠାରେ ସ୍ଥାନୀୟ ଗୁଣ୍ଡଳବା ବନ ସୁରକ୍ଷା ସମିତି ସହଯୋଗରେ ଏହି ବିଶାଳ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ମଦର ଅନୁଷ୍ଠାନର ସଂପାଦିକା ସସ୍ମିତା ଦାସଙ୍କ ତତ୍ତ୍ଵାବଧାନରେ ଗୁଣ୍ଡଳବା ବନ ସୁରକ୍ଷା ସମିତିର ପ୍ରାୟ ୩୦ରୁ ଉର୍ଦ୍ଧ ମହିଳା ସଦସ୍ୟ ମାନେ ଏହି ସଫେଇ କାମ କରିଥିଲେ । ସମୁଦ୍ର କୂଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଜରି ସହ ଅନ୍ୟ ଆବର୍ଜନା ସବୁକୁ ସଫା କରା ଯାଇଥିଲା ।

ଏହି ଅବସରର ଉପସ୍ଥିତ ଥିବା ମଦରର ମୂଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଆଉ ଏହି ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟରେ ସ୍ଥାନୀୟ ଅଧିବାସୀଙ୍କ ମୂଖ୍ୟ ଭୂମିକା ରହିଛି । ବିଶେଷ କରି ଆଜି ଯେଉଁଭଳି ଭାବେ ସ୍ଥାନିୟ ମା ମାନେ ବେଳାଭୁମି ସଫେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଛନ୍ତି ତାହା ସତରେ ଧନ୍ୟବାଦ ଯୋଗ୍ୟ ଏବଂ ଏହି ସେବା ଦ୍ବାରା ସ୍ୱଚ୍ଛତା କାମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେବ ନିଶ୍ଚୟ । ଅନ୍ୟ ମାନଙ୍କ ମଧ୍ୟରେ ଗୁଣ୍ଡଳବା ବନ ସୁରକ୍ଷା ସମିତିର ସଭାନେତ୍ରୀ ଚାରୁଲତା ବିଶ୍ଵାଳ ଏବଂ ସ୍ଥାନୀୟ ସମାଜସେବୀ ଶୁଭକର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *