ଭାରତ ଉପରେ ଆମେରିକା ଲଗାଇବ ୫୦୦ ପ୍ରତିଶତ ଟାରିଫ

ନୂଆଦିଲ୍ଲୀ: ଭାରତ ଉପରେ ଲାଗିବ ୫୦୦ ପ୍ରତିଶତ ଟାରିଫ। ଚୀନ୍ ଏବଂ ବ୍ରାଜିଲ ଉପରେ ଆମେରିକାର ଚାପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି ଯାହା ଋଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର କଟକଣା ଲଗାଇବ । ଏହା ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କରେ ଯଥେଷ୍ଟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ୟୁକ୍ରେନ ବିବାଦ ମଧ୍ୟରେ ଋଷ ଉପରେ ଚାପ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଋଷଠାରୁ ତେଲ ଏବଂ ୟୁରାନିୟମ କ୍ରୟ କରୁଥିବା ଦେଶମାନଙ୍କ ଉପରେ କଟକଣା ଲାଗୁ କରିବ ଆମେରିକା। ଆମେରିକା କହିଛି ଯେ, ତେଲ କିଣି ଋଷକୁ ଯୁଦ୍ଧ ଜାରି ରଖିବା ପାଇଁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରୁଛନ୍ତି କିଛି ଦେଶ। ଏବେ ସେମାନଙ୍କ ଉପ‌ରେ ଲଗାମ ଲଗାଯିବ।

Leave a Reply

Your email address will not be published. Required fields are marked *