ଏନଏଚମ ଓଡିଶାର ଯୋଗ ଶିକ୍ଷକଙ୍କ ତରଫରୁ ୧୦ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଲେ

ଭୁବନେଶ୍ୱର: ଗତକାଲି ଏନଏଚମ ଓଡିଶାର ଯୋଗ ଶିକ୍ଷକଙ୍କ ତରଫରୁ ସକାଳ ୧୧ଟାରୁ ଅପେକ୍ଷା କରିବା ପରେ ପରେ ରାତି ୧୧ଟା ୧୫ମିନିଟ ସମୟରେ ୧୦ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ | ଯଦି ଯୋଗରୁ ମୁକ୍ତି ପ୍ରାପ୍ତ ହେଉଛି, ତେବେ ସେହି “ମୁକ୍ତିର” ମାର୍ଗ ଦର୍ଶନ କରାଉଥିବା ସାରଥୀ ପ୍ରତି ଶାସନକଳର ଉଦାସୀନତା କାହିଁକି ? ବାସ୍ତବରେ ଓଡିଶାରେ ପ୍ରାୟ ୧୦୦୦ରୁ ଅଧିକ ହେବ ଯୋଗଶିକ୍ଷକ ମାନେ ସମସ୍ତ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ହୋଇ ପ୍ରାୟ ରୋଗୀକୁ ଯୋଗ ପ୍ରାଣାୟମ କରାଇ ସୁସ୍ଥ କରାଇପାରିଛନ୍ତି | କିନ୍ତୁ ଆଜକୁ ୬ବର୍ଷ ବିତିଯାଇଥିଲେ ମଧ୍ୟ ପାର୍ଟଟାଇମରେ ଯୋଗଶିକ୍ଷକ ମାନେ କାର୍ଯ୍ଯନିର୍ବାହ କରିଆସୁଛନ୍ତି ସେଥିନିମନ୍ତେ ସରକାରଙ୍କ ନିକଟରେ ୧୦ଦଫାନେଇ ଗତକାଲି କେନ୍ଦୁଝର ଜିଲ୍ଲାର ଯୋଗଶିକ୍ଷକ ସଙ୍ଘର ସଭାପତି ଅର୍ଜିତ ମୋହନ୍ତ ,ସମ୍ପାଦକ ସତ୍ଯପ୍ରିୟ ମୋହନ୍ତଙ୍କ ସହଯୋଗରେ ଓଡିଶାଯୋଗଶିକ୍ଷକ ମହାସଙ୍ଘର ସଭାପତି ଡକ୍ଟର ସଞ୍ଜୟ ପଣ୍ଡା,ସାନ୍ତମତି ଦାଶ,ଗିରାଜା ଶଙ୍କର ସତପତଥୀ,ଲିନା ତ୍ରିପାଠୀ,ଉଷାନ୍ତି ହୋତା,ସୈାରଭ ସ୍ବାଇଁ,ଢେଙ୍କାନାଳ ଜିଲାରୁ ଆସିଥିବା ଆଦର୍ଶ ଯୋଗଶିକ୍ଷତ୍ରୀ ସସ୍ମିତା ଷଣ୍ଢ ଡଃ ଦୀପକ ରଞ୍ଜନ ବେହେରା,ସୁନିଲ ପ୍ରଧାନ ଏବଂ ରିଣ୍ଟୁ ବିରେନ ଉପସ୍ଥିତ ରହି ମୁଖ୍ଯମନ୍ତ୍ରୀଙ୍କୁ ସମ୍ବୋର୍ଦ୍ଧନା ଜଣାଇ ୧୦ଦଫାଦାବିପତ୍ର ଦେଇଥିଲେ ସେଗୁଡିକ ଆମେ ଓଡିଶାର ଯୋଗ ଶିକ୍ଷକ ସମୂହ ଶାନ୍ତିପୂର୍ଣ୍ଣ ସହଭାବନାରେ ନିମ୍ନୋକ୍ତ ସହଯୋଗୀ ନିବେଦନ ସରକାରଙ୍କୁ ଆଗତ କରୁଅଛୁ l

୧- ଏନଏଚମରେ କାର୍ଯ୍ଯରତ ସମସ୍ତ ଯୋଗଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ସମସ୍ତ ସରକାରୀ ସୁବିଧା ଦିଆଯାଉ |
୨- ଯୋଗର ପରବର୍ତ୍ତୀ ସମୟରେ ପ୍ରୋତ୍ସାହିତ ରାଶିକୁ ବଢାଯାଉ ଏବଂ ଓଡିଶାରେ ଯୋଗର ଗୋଟେ ପରିଚାଳନା ସ୍ବତତ୍ର ଗଠନ କରାଯାଉ |
୩- ଓଡିଶାରେ ଆଉଟସୋର୍ସିଙ୍ଗ ମାଧ୍ଯୋୟମରେ ଯୋଗଶିକ୍ଷକଙ୍କୁ ସାମିଲ ନକରି ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଉ ତାହାସହିତ କଟକ ଏବଂ ପୁରୀ ଜିଲ୍ଲାରେ ଆଉଟସୋର୍ସିଙ୍ଗ ମାଧ୍ୟମରେ ଯୋଗଶିକ୍ଷକଙ୍କୁ ଭର୍ତ୍ତିନକରି ସିଧାସଳଖ ନିଯୁକ୍ତି ଦିଆଯାଉ | |
୪-ପୂର୍ବରୁ ଘୋଷଣା କରି ଅଟକି ଥିବା ମହାତ୍ମା ଔଷଧୀୟ ଉଦ୍ୟାନ, କାମାକ୍ଷାନଗ ଡେଙ୍କାନାଳ ଜିଲ୍ଲାର ଯୋଗଶିକ୍ଷାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁ l
୫-ପ୍ରତ୍ୟେକ କ୍ରୀଡା ଛାତ୍ର ବାସ ,ବାସସ୍ଥଳୀ ବିଦ୍ଯାଳୟ ଏବଂ ମହାବିଦ୍ଯାଳୟ ମାନଙ୍କରେ ସକାଳେ କିମ୍ବା ସନ୍ଧ୍ୟାରେ ଯୋଗ ଅଭ୍ୟାସ ପାଇଁ ଅନୁମତି ଦିଆଯାଉ।
୬- କାର୍ଯ୍ୟରତ ଯୋଗ ଶିକ୍ଷକଙ୍କ ଅକାଳ ବିୟୋରେ ଆର୍ଥିକ ସହାୟତା ଦିଆଯାଉ। ଆମ ଯୋଗଶିକ୍ଷକଙ୍କ ମାନଙ୍କର ପିଏଫ ଅନ୍ତର୍ଭୁକ୍ତ ହେଉ |
୭-ଡାକ୍ତରମାନେ ରୋଗୀର ପ୍ରେସ୍କିପଶନରେ ଯୋଗ କରିବା ପାଇଁ ପରାମର୍ଶ ରଖନ୍ତୁ l
୮-ଦୂର ଦୂରାନ୍ତରେ କାର୍ଯ୍ୟକରୁଥିବା ଯୋଗ ଚିକିତ୍ସକଙ୍କୁ ରହିବା ପାଇଁ ମେଡିକାଲ ପରିସରରେ ବ୍ୟବସ୍ଥା କରାଯାଉ l
୯- ଆୟୁଷ୍ମାନ ଯୋଜନାରେ ଯୋଗଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରାଯାଉ |
୧୦ – ପ୍ରତ୍ଯେକ ମେଡିକାଲରେ ଯୋଗଗୁହ ନିର୍ମାଣ କରାଯାଉ |

ପରେପରେ ଏନଏଚମ ଓଡିଶାର ଯୋଗ ଶିକ୍ଷକଙ୍କ ତରଫରୁ ୧୦ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବୀପରେପରେ ସମସ୍ତେ ନିଜନିଜ ବାସଗୂହକୁ ଫେରିଥିଲେ |

Leave a Reply

Your email address will not be published. Required fields are marked *