ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ବନ ମହୋତ୍ସବ ଅବସରରେ ଚାରରୋପଣ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ବନ ମହୋତ୍ସବ ପାଳନ କରାଯାଇଅଛି | ଗତ ବର୍ଷ ପରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଧାନୀ ଉପକଣ୍ଠ ଭରତପୁର ନିକଟରେ କର୍ମକର୍ତ୍ତାମାନେ ଚାରୋରୋପଣ କରିଥିଲେ | ଆମ୍ବ, ପିଜୁଳି, ପଣସ, ଲେମ୍ବୁର ପ୍ରାୟ 50ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା | ଏହି ଅବସରରେ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା କହିଥିଲେ କି, ପରିବେଶ ସୁରକ୍ଷା ପାଇଁ ବର୍ତ୍ତମାନ ବହୁ ପରିମାଣରେ ଗଛ ଲଗାଇବାର ଆବଶ୍ୟକତା ରହିଛି | ବନ ମହୋତ୍ସବ ଅବସରରେ ଆମ ଅନୁଷ୍ଠାନ ପକ୍ଷରୁ ଆଜି ଚାରା ରୋପଣ କରାଯାଇଛି | ଆମ ଅନୁଷ୍ଠାନର ସଦସ୍ୟ ଥିବା ମା ମାନେ ଏଇ ବର୍ଷା ମାସ ସାରା ବିଭିନ୍ନ ସ୍ଥାନରେ ଗଛ ଲଗାଯିବାର କାର୍ଯ୍ୟକ୍ରମ ଯୋଜନା କରିଛନ୍ତି | ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ‘ମା ପାଇଁ ଗଛ ଟିଏ ଆହ୍ୱାନ ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ ରେଖା ଦାସ, ରାମାଲକ୍ଷ୍ମୀ ଏବଂ କାନନବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ |

Leave a Reply

Your email address will not be published. Required fields are marked *