ବକ୍ସି ବଜାର ଅଂଚଳରେ ସିସିଟିଭି ବ୍ୟବସ୍ଥା ଆରମ୍ଭ

କଟକ : ବକ୍ସି ବଜାର ସଂଘ ଅନୁକୁଲ୍ୟରେ ଆଜି ବକ୍ସି ବଜାର ଅଂଚଳରେ 17 ଖଣ୍ଡ ସିସିଟିଭି ପ୍ରାୟ 2ଲକ୍ଷ ଟଙ୍କା କର୍ଚ କରାଯାଇ ଲଗାଯାଇଛି | ଆଜିର ଏହି ଉଦଘାଟନରେ କଟକ ପୋଲିସି ଡିସିପି ଶ୍ରୀଯୁକ୍ତ ପ୍ରତୀକ ସିଂ ମହାଶୟଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା | ଏହି ଉସବରେ କଟକ ଜୋନ 2ର ଏସିପି ଶ୍ରୀଯୁକ୍ତ ଶେଖ ସରିଫଉଦ୍ଧିନ , କ୍ୟାଟେନମେଂଟ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଦୀନକୃଷ୍ଣ ମିଶ୍ର , ଦରଘା ବଜାର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଜୁକ୍ତ ଅମିତାପ ଏହାପତ୍ର ଏବଂ କ୍ୟାଟେନମେଂଟ ଥାନାର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଇମନ କଲ୍ୟାଣୀ ନାୟକ ଉପସ୍ଥିତ ଥିଲେ | ଏହି ଉଦଘଟାନଟି ଅନୁଷ୍ଠାନରେ ଅକ୍ସୀ ବଜାର ବ୍ୟବସାୟୀ ସଂଘ ତରଫରୁ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଭବ୍ୟ ସଂମ୍ମାନିତ କରାଯାଇଥିଲା |ଏହି ଉସବକୁ ବକ୍ସି ବଜାର ବ୍ୟବସାୟୀ ସଙ୍ଘର ଶ୍ରୀଯୁକ୍ତ ସଲିଲ ଘୋଷ ପରିଚଳନ କରିଥିଲେ | ବ୍ୟବସାୟୀ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ଭଗତ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରି ଥିଲେ | ବ୍ୟବସାୟୀ ସଙ୍ଘର ଉପସଭାପତି ଶ୍ରୀଜୁକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶ୍ରୀଯୁକ୍ତ ରଂଜିତ ମେକପ , ସମ୍ପାଦକ ଶ୍ରୀଯୁକ୍ତ ମହମ୍ମଦ ୟାକୁବ , ତାରାକାନ୍ତ ମହାପାତ୍ର ଓ ଶ୍ରୀଯୁକ୍ତ ବିଜେଦ୍ର କାହାଳି , କୋଷାଦକ୍ଷ ଶ୍ରୀଯୁକ୍ତ ସନ୍ତୋଷ ସାହୁ ଓ ସହ କୋଷାଦକ୍ଷ ଶ୍ରୀଯୁକ୍ତ ଅସଦ ଅହମ୍ମଦ ଅତିଥିଙ୍କୁ ଉତ୍ତରୀୟ ଦେଇ ସଂମ୍ମାନିତ କରିଥିଲେ | ସଭାପତି ଶ୍ରୀଯୁକ୍ତ ସଲିଲ ଘୋଷ ତାଙ୍କ ଭାଷାରେ କଟକ ସହର ଏକ ଭାଇଚାରା ସହର , ବାବନ ଗଳି ତେପନ ବଜାରର ପ୍ରାୟ ସବୁ ଅଂଚଳର ଲୋକେ ଏହି ବକ୍ସି ବଜାରରେ ବ୍ୟବସାୟ କରନ୍ତି | ନୟା ବଜାରରୁ ଆରଂଭ କରି ସି .ଡ଼ି .ଏ ଏବଂ ଜୋବ୍ରାରୁ ଆରଂଭ କରି ପୁରୀଘାଟ ବ୍ୟବସାୟୀ ଏଠାରେ ବ୍ୟବସାୟ କରନ୍ତି | ଏହା ଏକ ଭାଇଚାରା ଜଳନ୍ତଉଦାହରଣ | ଏଠାରେ ସବୁ ଧର୍ମ , ଜାତିର ଲୋକ କାନ୍ଧକୁ କାନ୍ଧ ମିଶାଇ ସବୁ ପୂଜା ପର୍ବ ପାଳନ କରନ୍ତି |

Leave a Reply

Your email address will not be published. Required fields are marked *