ରାକେଶ ପଣ୍ଡାଙ୍କୁ ‘ଶାନ୍ତି ସ୍ତୁପ ସମ୍ମାନ-୨୦୨୫’

ଭୁବନେଶ୍ଵର : ଲେଖନୀ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଏବଂ ଶାନ୍ତି ପ୍ରତିଷ୍ଠାର ଶ୍ରେଷ୍ଠ ପ୍ରୟାସ ଓ ଅବଦାନ ନିମନ୍ତେ ବିଶିଷ୍ଟ ଯୁବ ସାହିତ୍ୟିକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ଲେଖକ ବର୍ଗରେ ‘ଶାନ୍ତି ସ୍ତୁପ ସମ୍ମାନ – ୨୦୨୫’ ରେ ସମ୍ମାନିତ କରାଯାଇଛି । ଗୁରୁବାର ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ମାସିକ ଓଡିଆ ଖବର କାଗଜ ‘ଶାନ୍ତି ସ୍ତୁପ’ ର ୪ର୍ଥ ସ୍ବନକ୍ଷତ୍ର ଉତ୍ସବରେ ଯୁବବର୍ଗରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଭାଜପା ନେତା, ପ୍ରିୟଦର୍ଶୀ ମିଶ୍ର; ପୂର୍ବତନ ବିଧାୟକ ତଥା ବିଶିଷ୍ଟ ପରିବେଶବିତ, ଦିଲ୍ଲୀପ ଶ୍ରୀଚନ୍ଦନ; ବରିଷ୍ଠ ସାମ୍ବାଦିକ ଓ ଯୁବ ନେତା, ଅମରେଶ ଜେନା; ସମାଜସେବିକା, ସୁଚିସ୍ମିତା ପୃଷ୍ଟି; ସମ୍ପାଦକ, ଶାନ୍ତି ସ୍ତୁପ, ଶ୍ରୀ ରଞ୍ଜନ କୁମାର ମହାପାତ୍ରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *