ଦୃଷ୍ଟିବାଧିତ ପିଲାଙ୍କ ସହ ରଜ ପାଳିଲେ ରୋଟାରୀ କ୍ଲବ ଅଫ ଏକାମ୍ରକ୍ଷେତ୍ରର କର୍ମକର୍ତ୍ତା

ଭୁବନେଶ୍ୱର : ଆଜି ରୋଟାରୀ କ୍ଲବ ଅଫ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ତରଫରୁ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ, ଜୟଦେବ ବିହାର ଠାରେ ଆନନ୍ଦ ମାର୍ଗ ଅନୁଷ୍ଠାନର ଦୃଷ୍ଟି ବାଧିତ ପିଲାମାନଙ୍କୁ ନେଇ ରଜ ଉତ୍ସବ ପାଳନ କରାଯାଇଛି | ଏହି ଉତ୍ସବରେ ରୋଟାରୀ ଡିଷ୍ଟ୍ରିକ୍ଟର ଡିଜି ଶ୍ରୀ ଯଂଜ୍ଞଶିଷ ମହାପାତ୍ର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସlହିତ କରିବା ସହ ତାଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ | ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଲିପୁର ଗ୍ରାମର ଶତାୟୁ ସଂକୀର୍ତ୍ତକ ତଥା ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ନେପାଳ ଚନ୍ଦ୍ର ଦାସଙ୍କୁ ତାଙ୍କ ଜୀବନବ୍ୟାପି ଧର୍ମୀୟ ଚେତନା ସହ ବୈଷ୍ଣବ ଧର୍ମ ପ୍ରଚାରକ ପାଇଁ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା |
ଉତ୍ସବର ମୁଖ୍ୟ ଅତିଥି ରୋଟାରୀ ଡିଷ୍ଟ୍ରିକ୍ଟର ଡିଜି ଶ୍ରୀ ଯଂଜ୍ଞଶିଷ ମହାପାତ୍ର ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିଲେ | ଏହି ସଭାକୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ତରଫରୁ ଡ଼ ରେଖା ଦାସ, ରୋଟାରୀୟାନ ତପସ୍ୱିନୀ ପଣ୍ଡା, ରୋଟାରୀୟାନ ରାଜଲକ୍ଷ୍ମୀ ମହାପାତ୍ର, ସଞ୍ଜୟ ଦାସ, ସୂର୍ଯ୍ୟ ନାରାୟଣ ସାହୁ, ଗୋକୁଳି ସାର ରହି ପରିଚାଳନା କରିଥିଲେ | ଏହି ସଭାରେ ସମସ୍ତ ଦୃଷ୍ଟିବାଧିତ ପିଲାମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ସହ ରଜ ଦୋଳି ଖେଳ ଓ କୁନି କୁନି ଝିଅ ମାନଙ୍କ ପାଇଁ ସଜବାଜ ଜିନିଷ ମଧ୍ୟ ପ୍ରଦାନ କରାଯାଇଥିଲା |

Leave a Reply

Your email address will not be published. Required fields are marked *