ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ସାଧାରଣତନ୍ତ୍ର ଦିବସ
ଓଡ଼ିଆ ଜାତୀୟ ସମ୍ମିଳନୀର ସଭାପତି ପ୍ରଫେସର ଡ଼ଃ ଅମୀୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅପରାହ୍ନରେ ଗଣତନ୍ତ୍ର ଦିବସରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | “ଆଲୋଚ୍ୟ ବିଷୟ” ଆମେ କେତେ ଗାଣତାନ୍ତ୍ରିକ, ଉପରେ ଶିକ୍ଷାବିତ ଶ୍ରୀଶମୟ ମହାପାତ୍ର ସଂକ୍ଷିପ୍ତ ଆଲୋଚନା କରିଥିଲେ | ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଭୋଟ ସର୍ବସ୍ବ ରାଜନୀତି ବ୍ୟୁହ ଭିତରେ ଗାଣତାନ୍ତ୍ରିକ ବ୍ୟବସ୍ଥା ସବୁ ନଷ୍ଟ ହେବାରେ ଲାଗିଛି ବୋଲି ମତ ଦେବା ସହ ସଚେତନ, ଶିକ୍ଷିତ ନାଗରିକ ହିଁ ଏ ବ୍ୟବସ୍ଥାରେ ସୁଧାର ଆଣି ପାରିବେ ବୋଲି କହିଥିଲେ | ବରିଷ୍ଠ ନାଗରିକ ଇଂ ଶିବ ପ୍ରସାଦ ମିଶ୍ର ସମ୍ବିଧାନ ସୁରକ୍ଷା ପାଇଁ ବିଦ୍ୟାଳୟ ସ୍ତରରୁ ଶିକ୍ଷା ଦିଆ ଯିବା ଉପରେ ଗୁରତ୍ୱ ଦେଇଥିଲେ | ସଭାପତି ଅମୀୟ କୁମାର ମହାନ୍ତି ସମ୍ବିଧାନ ଗଠନ ଓ ପରବର୍ତୀ ସଂଶୋଧନ ଉପରେ ସମ୍ୟକ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ ଗାୟତ୍ରୀ ପାଢ଼ୀ, ସ୍ମୃତି ପଟ୍ଟନାୟକ, ଜୀବନ ଜ୍ୟୋତି ଥଟୋଇ, ଅଭିଷେକ ମଲିକ, ପ୍ରଭୁଦତ୍ତ ମହାନ୍ତି, ରେୟାଂଶ ପଣ୍ଡା, ତନ୍ମୟ ପ୍ରିୟ ଦର୍ଶିନୀ ଦାଶ, ପ୍ରେୟସୀ ଦାଶ, କିରଣ କୁମାର ଦାଶ, ରାଜଶ୍ରୀ ତ୍ରିପାଠୀ, ନମିତା ଲେଙ୍କା, ଅଞ୍ଜଳି ପ୍ରଭା ଦାଶ | ଶେଷରେ ଗାୟତ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |