ରୋଟାରି କ୍ଲବ ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ତରଫରୁ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳନ

ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ଆଇ.ଆର୍.ସି. ଭିଲେଜ ସ୍ଥିତ ରାମେଶ୍ଵର ମନ୍ଦିର ପାର୍ଶସ୍ଥ ଶ୍ରୀ ରାମେଶ୍ଵର ବରିଷ୍ଠ ନାଗରିକ ସଂଘ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ରୋଟାରି କ୍ଲବର (ପୂର୍ବତନ) ସଭାପତି ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର/ ମଧୁଛନ୍ଦା ବଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି ସଂଘର ଆଭିମୁଖ୍ଯ ଏବଂ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ ବର୍ଣନା କରିଥିଲେ। ପ୍ରସିଦ୍ଧ ମାନସ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ମହାପାତ୍ର “ବାର୍ଦ୍ଧକ୍ଯାବସ୍ଥାର ଆହ୍ବାନ” ସମ୍ବନ୍ଧରେ ବିଶଦ୍ ଆଲୋକପାତ କରିବା ସହିତ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ୱାସ୍ଥ୍ଯ ସମସ୍ୟା ଉପରେ ଆଲୋଚନା କରିଥିଲେ।

ମନସ୍ତତ୍ତ୍ୱବିତ ଡକ୍ଟର ଗୀତିକା ପଟ୍ଟନାୟକ
” ସୁଲଳିତ ବାର୍ଦ୍ଧକ୍ଯ” ବିଷୟ ବସ୍ତୁ ଉପରେ ଆଲୋଚନା କରିବା ସହିତ ସମୟର ସଦୁପଯୋଗ କରି ବନ୍ଧୁ ମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବାର ଉପାୟ ବତାଇଥିଲେ।
ଏହି ଅବସରରେ ସମାଜସେବୀ ଚଉରାନବେ(94) ବର୍ଷ ବୟସ୍କ ଶ୍ରୀଯୁକ୍ତ ମାୟାଧର ବେହେରାଙ୍କୁ ତାଙ୍କର ଜୀବନବ୍ଯାପୀ ସେବା ନିମନ୍ତେ ସମ୍ମାନିତ/ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବର ସମସ୍ତ ସଭ୍ଯ, ସଭ୍ଯା, ସଂଘର କର୍ମକର୍ତ୍ତାଙ୍କ ସହିତ ସ୍ଥାନିୟ କର୍ପୋରେଟର ……ଙ୍କ ସହିତ ସତୁରୀ(70)ରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦାନ କରିଥିଲେ।
ପ୍ରଶାନ୍ତୀ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ତପସ୍ୱୀନି ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ | ଶେଷରେ କ୍ଲବର ସଦସ୍ଯା ଡକ୍ଟର ନୀତା ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଜଳଯୋଗର ବନ୍ଦୋବସ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *