ସହିଦନଗର ଥାନା ପୁଲିସ ସ୍ଥାନୀୟ ଏକ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର: ସହିଦନଗର ଥାନା ପୁଲିସ ସ୍ଥାନୀୟ ଏକ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ଛତିଶଗଡ଼ର ସତ୍‌ପ୍ରୀତ ସିଂ(୨୩)। ମୃତଦେହ ନିକଟରୁ ଏକ ବିଷ ଶିଶି ଓ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି। ସୁଇସାଇଡ୍‌ ନୋଟ୍‌ରେ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଉଲ୍ଲେଖ କରିଛନ୍ତି। ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କୁ ତାଙ୍କ ବାପା ଜୋର୍‌ କରି ନେଇଥିବା ମଧ୍ୟ ଉକ୍ତ ନୋଟ୍‌ରେ ଉଲ୍ଲେଖ ରହିଛି। ତେଣୁ ସେ ବିଷ ପିଇ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି। ତେବେ ସତ୍‌ପ୍ରୀତଙ୍କ ମୋବାଇଲ୍‌ ଫୋନ୍‌ ମିଳୁନଥିବାରୁ ଘଟଣାଟି ରହସ୍ୟମୟ ହୋଇପଡ଼ିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି।

Leave a Reply

Your email address will not be published. Required fields are marked *