ସନସାଇନ ହସ୍ପିଟାଲ ଭୁବନେଶ୍ୱରରେ କାର୍ଡିଓଲୋଜୀ ଅଗ୍ରଗତି ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ଲକ୍ଷ୍ମୀସାଗରରେ ଥିବା ସନସାଇନ ହସ୍ପିଟାଲ ଏବେ ରାଜ୍ୟର ତୃତୀୟ ପ୍ରମୁଖ ହସ୍ପିଟାଲ ଭାବେ ପରିଗଣିତ ହେଉଛି | ଏହି ହସ୍ପିଟାଲରେ ନାଗରିକମାନଙ୍କୁ ଅନ୍ତର୍ଜତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ | ଏହାସହ ଓଡ଼ିଶାର ପ୍ରଥମ ପସନ୍ଦର ଡାକ୍ତରଖାନା ହେବା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି | ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଏବେ ଡାକ୍ତରଖାନାର ସମସ୍ତ ବିଭାଗର ନୂତନ ମାନଦଣ୍ଡକୁ ମଜବୁତ କରିବାକୁ ପ୍ରତିବଦ୍ଧ | ରୋଗୀଙ୍କ ଗୁରୁତ୍ୱପୂର୍ଣ ଆବଶ୍ୟକତା ପୁରଣ ପାଇଁ ଡାକ୍ତରଖାନାରେ ହୃଦ ବିଭାଗ, ସ୍ନାୟୁ ବିଭାଗ, ଏବଂ ଅସ୍ଥିଶଲ୍ୟ ବିଭାଗ ଉପରେ ବିଶେଷ ଧ୍ୟାନ ଦିଆଯାଉଛି | ଏବେ ଏଠାରେ କର୍କଟ ରୋଗର ଚିକିତ୍ସା | ପାଇଁ ମଦ୍ଧ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି | ଡାକ୍ତର ଦିବ୍ୟସୁନ୍ଦର ମହନ୍ତ ଏବଂ ଡାକ୍ତର ଶ୍ରୀକାନ୍ତ ମହାପାତ୍ରଙ୍କ, ନେତୃତ୍ଵରେ ହୃଦରୋଗୀଙ୍କୁ ଉତ୍ତକୃଷ୍ଟ ଏବଂ ଆଧୁନିକ ଚିକିତ୍ସା ପ୍ରଦାନ କରାଯାଉଛି | ଯାହାକୁ କି ରାଜ୍ୟ ସରକାର ଅନେକ ବାର ପ୍ରଶଂସା କରିଛନ୍ତି | ଏବେ ସନସାଇନ ହସ୍ପିଟାଲ ଅତ୍ୟାଧୁନିକ କାର୍ଡିଆକ କ୍ୟାଥ ଲ୍ୟାବର ସମସ୍ତ ସୁବିଧା ଯୋଗାଇ ଦେଉଛି ଏବଂ ହୃଦରୋଗୀଙ୍କ ସମସ୍ତ ଜରୁରୀ କାଳୀନ 24 ଘଂଟିଆ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି | ଏନେଇ ଆଜି ଡାକ୍ତରଖାନା ପରିସରରେ ”କମ୍ପେଲକ୍ସ ପିସିଆଇ” ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜାତୀୟ ସ୍ତରର ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁଧାଂସୁ ଶେଖର ପରିଡା ତାଙ୍କ ଟିମ ସହ ଯୋଗ ଦେଇ ଡାକ୍ତରଖାନା ହୃଦରୋଗ ସମ୍ବନ୍ଧରେ ଚାଲିଥିବା ସମସ୍ତ ଚିକିତ୍ସା ଓ ଲ୍ୟାବ ଉପରେ ବିଶେଷ ମତ ଦେଇଥିଲେ | ଏହା ଡାକ୍ତରଖାନା ପାଇଁ ଏକ ଗର୍ବର ବିଷୟ ବୋଲି କୁହାଯାଇପାରେ | ଏହାପରେ ସନ୍ଧ୍ୟାରେ ”ଆଞ୍ଜିଓପ୍ଲାଷ୍ଟର ଇମେଜିଂ ଏବଂ କାର୍ଯ୍ୟକ୍ଷମ ମୂଲ୍ୟାଙ୍କନର ଭୂମିକା” ଉପରେ ଏକ ବୈଜ୍ଞାନିକ କର୍ମଶାଳା ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନେସନାଲ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ 100 ରୁ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯୋଗ ଦେଇ ଉପୋରକ୍ତ ପ୍ରସଙ୍ଗ ସମ୍ବଧ ରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | କ୍ୟାପିଟାଲ ହସ୍ପିଟାଲର କାର୍ଡିଓଲୋଜୀ ବିଭାଗ ର ନିର୍ଦେଶକ ଡାକ୍ତର ପି, କେ ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ | ଏହାସହ ଡାକ୍ତର ଦିବ୍ୟସୁନ୍ଦର ମହନ୍ତ ଏବଂ ଶ୍ରୀକାନ୍ତ ମହାପାତ୍ର, ”ଆଞ୍ଜିଓପ୍ଲାଷ୍ଟର ଇମେଜିଂ ଏବଂ କାର୍ଯ୍ୟକ୍ଷମ ମୂଲ୍ୟାଙ୍କନର ଭୂମିକା” ସମ୍ବଧ ରେ ଉପସ୍ଥାପନ କରିବେ |

Leave a Reply

Your email address will not be published. Required fields are marked *