ରାଜଧାନୀରେ ୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ବର : ଜୁନ୍ ୧ ତାରିଖ ରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଠାରେ ଶୀତଳ ଷଷ୍ଠୀ ମହୋତ୍ସବ ଓ ଉଦ୍ୟୋଗୀ ମେଳା ଅୟୋଜିତ ହେବ | ଏ ନେଇ ଆଜି ହୋଟେଲ ଏମ୍ପାୟାର୍ସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଅଛି | ଶିବାଂଶୀ ଫାଉଣ୍ଡେସନ୍ ର ସଦସ୍ୟା, ପଶ୍ଚିମ ଓଡ଼ିଶାର ବୁଦ୍ଧିଜିବୀ, ମିଶନ ଶକ୍ତି ର ସଦସ୍ୟା ଓ ମହିଳା ଉଦ୍ୟୋଗୀ ମାନଙ୍କ ମିଳିତ ଉଦ୍ୟମ ରେ ଏହି ମହୋତ୍ସବ ର ପରିକଳ୍ପନା କରାଯାଇଛି | ସୂଚନା ଅନୁଯାୟୀ ଆସନ୍ତା ଜୁନ୍ ୧ ତାରିଖ ଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବ ଓ ୨ ତାରିଖ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ | ଉଦ୍ୟୋଗୀ ମେଳା ରେ ପାରମ୍ପରିକ ଓଡ଼ିଆ ପିଠାପଣା , ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ହସ୍ତତନ୍ତ ଓ ହସ୍ତକଳା ସହିତ ଫ୍ୟାସନ ଓ ଲାଇଫଷ୍ଟାଇଲ ସାମଗ୍ରୀ ବିଭିନ୍ନ ଷ୍ଟଲ୍ ରେ ପ୍ରଦର୍ଶିତ ହେବ | ୧ ତାରିଖ ସନ୍ଧ୍ୟା ୬:୩୦ ରେ ଏହି ଉଦ୍ୟୋଗୀ ମେଳା ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଙ୍କ ଦ୍ଵାରା ଉଦଘାଟିତ ହେବାକୁ ଥିବା ବେଳେ, ୨ ତାରିଖ ସନ୍ଧ୍ୟା ରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶାରଦା ନାୟକ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ୍ ତ୍ରିପାଠୀ ଙ୍କ ସମେତ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ | ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ର ପ୍ରତିଷ୍ଠିତ ସିନେମା ନିର୍ମାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ଓଡ଼ିଶା ନାଟକ ଏକାଡେମୀ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରବୋଧ ରଥ, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ସୁଶ୍ରୀ ଇପ୍ସିତା ସାହୁ, ଫ୍ୟାସନ ଡିଜାଇନର ଜୁବିନା ଅଲ୍ଲୀ, ମହିଳା ଉଦ୍ୟୋଗୀ ଶ୍ରୀମତୀ ପ୍ରସନ୍ନା ପତୀ, ଏସ୍ ଏଚ୍ ଜି ନେତ୍ରୀ ସଂଯୁକ୍ତା ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ | ଏହି ମହୋତ୍ସବ ରେ ଉଦ୍ୟୋଗୀ ମେଳା, ସମ୍ବଲପୁରୀ ବସ୍ତ୍ର କୁ ନେଇ ଫ୍ୟାସନ ଶୋ ମଧ୍ୟ ଅୟୋଜିତ ହେବ ବୋଲି ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *