ସାମାଜିକ ସଂଗଠନ “ଓମେନ୍ ଇନ୍ ସୋସାଇଟି ହେଲ୍ପ” ର ନବମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର: ସାମାଜିକ ସଂଗଠନ “ଓମେନ୍ ଇନ୍ ସୋସାଇଟି ହେଲ୍ପ” ର ନବମ ବାର୍ଷିକ ଉତ୍ସବ ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ବୁଲନ ଭାଇ ସେବାସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୁଇଟି ଅଧିବେଶନରେ ସଂଗଠନ ନିଜର ବାର୍ଷିକ ଉତ୍ସବ ପାଳନ କରିଛି । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ହେବାବେଳେ ଦ୍ଵିତୀୟ ଅଧିବେଶନରେ ବାର୍ଷିକ ଉତ୍ସବ ନିମନ୍ତେ ସଭାକାର୍ଯ୍ୟ ରଖାଯାଇଥିଲା । ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହି ସଭାକାର୍ଯ୍ୟ ଚାଲିଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ କାଦମ୍ବିନୀ ସମ୍ପାଦିକା ଶ୍ରୀମତୀ ଇତିରାଣୀ ସାମନ୍ତ ଯୋଗଦେଇଥିବାବେଳେ ଅର୍ଜୁନ ପୁରସ୍କାର ବିଜୟିନୀ ଶ୍ରୀମତୀ ମିନତୀ ମହାପାତ୍ର ସମ୍ମାନିତ ଅତିଥି, ସୋଭାନୀୟ ଶିକ୍ଷାଶ୍ରମ ଅଧ୍ୟକ୍ଷା ଗୁରୁମା ଡ. ଅରୁନ୍ଧତୀ ଦେବୀ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ। ଏହି ଅବସରରେ ୱିଶ୍ ଅନୁଷ୍ଠାନ ମୁଖପତ୍ର “ବିକାଶ” ଉନ୍ମୋଚିତ କରାଯାଇଥିଲା । ୱିଶ୍ ର ସଭ୍ୟା ଶ୍ରୀମତୀ ସୌଭାଗ୍ୟବତୀ ମହାପାତ୍ର, ଡ଼ ପଦ୍ମା ସିଂହ ଦେଓ, ଇଂ ରୋହିଣି ସିଂହ ଦେଓ, ଇଂ ପ୍ରିୟଙ୍କା ସିଂହ ଦେଓ, ଶ୍ରୀମତୀ ଦୀପିକା ମହାନ୍ତି, ଶ୍ରୀମତୀ ଅସ୍ୱିନିକା ମହାପାତ୍ର, ଶ୍ରୀମତୀ ଶୁଭ୍ରା ନନ୍ଦ, ଶ୍ରୀମତୀ ଅନ୍ନୀ ଶତପଥୀ, ଶ୍ରୀମତୀ ମୟୁରକ୍ଷୀ ଦାସ, ଶ୍ରୀମତୀ ଶୁଭଶ୍ରୀ ସିଂ, ଶ୍ରୀମତୀ ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସମାଜସେବାରେ ବିଭିନ୍ନ ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଓଡ଼ିଶାରୁ ଅଶ୍ୱାରୋହଣରେ ପୁରା ଦେଶରେ ନା କରିଥିବା କିଟ୍ ର ଛାତ୍ରୀ ରିଶିତା ସାମନ୍ତରାୟ ଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ଅନୁସୃତା ସିଂହ ଦେଓ କହିଥିଲେ ୱିଶ୍ ର ଏ କାର୍ଯ୍ୟଧାରା ଅବ୍ୟାହତ ରହିବ।

Leave a Reply

Your email address will not be published. Required fields are marked *