ଆଇ ସର୍ଭ ୟୁ ହିରୋଜ୍ ଲିଗର ଉଦଘାଟନ ମ୍ୟାଚରେ ସ୍ପାର୍ଟନ୍ସକୁ ହରାଇଲା ଟ୍ରୟ

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ଆରମ୍ଭ ହୋଇ ଯାଇଛି ବହୁ ପ୍ରତିକ୍ଷିତ ଆଇ ସର୍ଭ ୟୁ ହିରୋଜ୍ ଲିଗ | କିଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ ମ୍ୟାଚ୍ ରେ ସମ୍ନାସାମ୍ନି ହୋଇଥିଲେ ଟ୍ରୟ ଏବଂ ସ୍ପାର୍ଟନ୍ସ ଟିମ୍ |
ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିବା ସ୍ପାର୍ଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ କରିଥିଲା ୧୪୯ ରନ୍ | ସ୍ପାର୍ଟନ୍ସ ଟିମ୍ ପକ୍ଷରୁ ରାକେଶ ମହାନ୍ତି ୨୩ ଟି ବଲରୁ ସର୍ବାଧିକ ୪୪ ରନ୍ କରିଥିବା ବେଳେ ସୁଶାନ୍ତ ସେଠୀ ୩୬ ବଲରୁ ୩୮ ରନ୍ କରିଥିଲେ । ଟ୍ରୟ ପକ୍ଷରୁ ନିରଞ୍ଜନ ବେହେରା ୨ ୱିକେଟ ନେଇଥିବା ବେଳେ ଉମାକାନ୍ତ ସାହୁ, ବ୍ରତୀ ସୁନ୍ଦର ବେହେରା ଏବଂ ବିଜୟ ପଣ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୫୦ ରନ୍ ର ବିଜୟ ଲକ୍ଷ୍ୟରେ ଟ୍ରୟ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ ୱାଇ ଜଗଦୀଶ ରାଓ ଏବଂ ଶ୍ରୀକାନ୍ତ ସେନାପତି । ପରେ ନିରଞ୍ଜନ ବେହେରା ତାଙ୍କ ଆକ୍ରମଣତ୍ମକ ବ୍ୟାଟିଙ୍ଗରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରି ୩୦ ବଲରୁ ୫୫ ରନ କରିଥିଲେ। ୧୩.୪ ଓଭରରେ ମାତ୍ର ୧ ୱିକେଟ ହରାଇ ଟ୍ରୟ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ମୂଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ସହଦେବ ଜୟସିଂହ ଯୋଗ ଦେଇ ବିଜୟୀ ଟିମ୍ ର ନିରଞ୍ଜନ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ।

ମଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୪ ଗୋଟି ଟିମ୍ ସମୁଦାୟ ୧୩ ଗୋଟି ମ୍ୟାଚ୍ ଖେଳିବେ । ମଇ ୫ ତାରିଖ ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

Leave a Reply

Your email address will not be published. Required fields are marked *