ଓଡିଶା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ଜଣାଇଲେ ଚୌଦ୍ୱାର ର “ପରିବର୍ତନ କେନ୍ଦ୍ର” ର ଅନ୍ତେବାସୀ

ଆଜି ଚୌଦ୍ୱାର ରେ ଥିବା ଓଡିଶା ର ସର୍ବ ପ୍ରଥମ ଓ ଏକମାତ୍ର ପରିବର୍ତନ କିଶୋର ନିଶା ମୁକ୍ତି ଓ ପୁନର୍ବାସ କେନ୍ଦ୍ର କୁନି କୁନି ଅନ୍ତେବାସୀ ମାନେ ଅଧକ୍ଷ ଶ୍ରୀଯୁକ୍ତ ନରୋତ୍ତମ ଦାସ ଓ କେୟାର ଟେକର ବଦ୍ରି ନାରାୟଣ ଅଧିକାରୀ ଙ୍କ ଦାୟିତ୍ୱ ରେ ଆସି ବିଭିନ୍ନ ସମସ୍ୟା କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଯାଇଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁପସ୍ଥିତ ରେ ଉପ ମୁଖ୍ୟମନ୍ତ୍ରୀ ତଥା ଶିଶୁ ଓ ମହିଳା ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ସ୍ୱଜନମୂଳକ ସାକ୍ଷତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି ହୋଇଥିଲେ ଏହି ଭଳି ଅନୁଷ୍ଠାନ ଓଡିଶା ରେ ନଥିବା ସମୟ ରେ ଚୌଦ୍ୱାର ରେ ଉଦ୍ଧାର ଫାଉଣ୍ଡେସନ ସଂଗଠନ ଦ୍ୱାରା ପରିଚାଳିତ ହୋଉଛି ସେଥିପାଇଁ ସଂଗଠନ ର କର୍ମକର୍ତା ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ନାବାଳକ ଶିଶୁ ମାନଙ୍କ ଠାରୁ ଜଣ ଜଣ କରି ସମସ୍ତ କଥା ବୁଝିଥିଲେ l ଖୁସି ହୋଉଥିଲେ ସହ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ କାରଣ ଓଡିଶା ରେ ଛୋଟ ଛୁଆ ବି ନିଶା ରେ ରହୁଛନ୍ତି ଓ ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି l ଉପ ମୁଖ୍ୟମନ୍ତ୍ରୀ ଅନ୍ତେବାସୀ ଙ୍କ ଠାରୁ ଦାବିପତ୍ର ପାଇ ତୁରନ୍ତ ଏହା ଉପରେ ଗୁରୁତ୍ୱ ର ସହ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ପ୍ରଦାନ କଲେ l

Leave a Reply

Your email address will not be published. Required fields are marked *