ପୂର୍ବତନ ସୈନିକକୁ ହତ୍ୟା ଓ ଦୁଷ୍କର୍ମ ଭଳି ମିଥ୍ୟା କେସ୍‌ରେ ଛନ୍ଦିବାରୁ କେନ୍ଦ୍ରାପଡ଼ା ଏସ.ପି ଓ ଡେରାବିଶ ଆଇ.ଆଇ.ସିଙ୍କୁ ମାନବାଧିକାର କମିଶନଙ୍କର ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର : ଯେତେବେଳେ ଭାରତରେ ବେଆଇନ ଭାବରେ ରହୁଥିବା ଏବଂ ସମସ୍ତ ଭାରତୀୟଙ୍କୁ ଶୋଷଣ କରୁଥିବା ବାଙ୍ଗଲାଦେଶୀ, ରୋହିଙ୍ଗିଆ, ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ମାଟିରୁ ବିଦାୟ କରିବା ପାଇଁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥ‌ିବା ସତ୍ତ୍ବେ, ଓଡ଼ିଶାରେ ବିଭିନ୍ନ ସ୍ୱାର୍ଥବାଦୀ ରାଜନୈତିକ ବ୍ୟକ୍ତି ଆମର ସମ୍ବିଧାନ, ସ୍ଵାଧୀନତା ସଂଗ୍ରାମୀ, ସୈନିକ ଏବଂ ନାଗରିକମାନଙ୍କ ବଳିଦାନ ଏବଂ ସ୍ଵାର୍ଥକୁ ସମ୍ମାନ କରିବା ପରିବର୍ତ୍ତେ ବିଦେଶୀ ନାଗରିକମାନଙ୍କ ପୂର୍ଣ ନାଗରିକତା ଏବଂ ଥଇଥାନ ଦିଗରେ ଓକିଲାତି ଓ ଷଡ଼ଯନ୍ତ୍ର ଚଳାଇଛନ୍ତି । ଠିକ୍ ସେତିକିବେଳେ ଭାରତୀୟ ସେନାରୁ ଅବସରପ୍ରାପ୍ତ ସେନାଧ୍ଵକାରୀ ରଞ୍ଜନ କର ଯେକି ଜଣେ ମାନବାଧିକାର ଏବଂ ସୂଚନା ଅଧିକାର କର୍ମୀ ଭାବରେ କାର୍ଯ୍ୟକରିଆସୁଛନ୍ତି । ମହାମାରି କରୋନା ସମୟରେ ନିଜ ଭିଟାମାଟି କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଵେଚ୍ଛାସେବୀ ନାଗରିକଙ୍କ ସହାୟତାରେ ଗୋପବନ୍ଧୁ ସ୍ଵେଚ୍ଛାସେବୀ ସଂଗଠନ ଗଠନ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏଥିରେ ସେ ଅଞ୍ଚଳର କିଛି ରାଜନୈତିକ ବ୍ୟକ୍ତି ଯଥା ଡ଼େରାବିଶ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଓ ମର୍ଡ଼ର ଆସାମୀ ଈର୍ଷାପରାୟଣ ହୋଇ ରଞ୍ଜନ କର ଏବଂ ତାଙ୍କ ପରିବାରକୁ ସେତେବେଳର ଡେରାବିଶ ଥାନା ଅଧିକାରିଣୀ ଏବଂ କେନ୍ଦ୍ରପଡ଼ା ଏସ.ପି., ଏସ୍.ଡ଼ି.ପି.ଓ ଙ୍କ ସହାୟତାରେ ୪ମାସ ମଧ୍ୟରେ ଏସ.ସି. ଏବଂ ଏସ୍.ଟି ଆକ୍ଟ, ଦୁଷ୍କର୍ମ ଏବଂ ମର୍ଡ଼ର ପରି ୫ଟି ମିଥ୍ୟା କେସ୍‌ରେ ଛନ୍ଦିଦେଇଥିଲେ ।
ଏଥିରେ ମୁଖ୍ୟତଃ ପୂର୍ବତନ ଆଇ.ଆଇ.ସି., ଏସ୍.ପି. ଏବଂ ଏସ୍.ଡ଼ି.ପି.ଓ ସାମିଲ ଥିବାବେଳେ ବର୍ତ୍ତମାନର କେନ୍ଦ୍ରାପଡ଼ାର ଏସ.ପି. ସିଦ୍ଧାର୍ଥ କଟାରିଆ ଏବଂ ଡେରାବିଶ ଥାନାରେ ଭାରପ୍ରାପ୍ତ ଅଧିକାରୀ ସରୋଜ କୁମାର ସାହୁ ପିଡ଼ିତ ପରିବାରକୁ ସହଯୋଗ କରିବା ପରିବର୍ତ୍ତେ ଲିପାପୋତି କରିବାରେ ଲାଗିଛନ୍ତି । ମାନ୍ୟବର ମାନବାଧ୍ଧକାର କମିଶନଙ୍କ ବାରମ୍ବାର ସମନ ଏବଂ ନୋଟିସ୍ ସତ୍ତ୍ବେ ଏସ.ପି, ଆଇ.ଆଇ.ସି. ହାଜର ହେଉନାହାଁନ୍ତି ଏବଂ କେସ୍ ଡାଇରି ଓ ତଦନ୍ତ ରିପୌଟ ପ୍ରଦାନ କରୁନାହାଁନ୍ତି । ଏ ସଂକ୍ରାନ୍ତରେ ଡ଼ି.ଜି ଓଡ଼ିଶା ପୋଲିସ୍‌ଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ ଡ଼ିଜି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ।
ପ୍ରକାଶଥାଉକି ଡେରାବିଶ ଥାନାର ଭାରପ୍ରାପ୍ତ ଅଧିକାରୀ ଗତ ଜାନୁଆରୀ ୨୦୨୩ମସିହାରେ ବେଲାରପୁର ଗ୍ରାମର ସେନାଧିକାରୀ ରଞ୍ଜନ କରଙ୍କୁ ଏବଂ ତାଙ୍କ ହୃଦ୍‌ଘାତରେ ପିଡ଼ୀତ ପିତା ଏବଂ ୧୪ବର୍ଷ ନାବାଳକ ପୁତ୍ରଙ୍କ ନାମରେ ହତ୍ୟା ଓ ଦୁଷ୍କର୍ମ ପରି ସଙ୍ଗୀନ ଦଫାରେ ମିଥ୍ୟା କେସ୍ ରୁଜୁ କରି ହଇରାଣ କରିଆସୁଥିଲେ । ରଞ୍ଜନ କରଙ୍କ ଉପରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ହତ୍ୟା ଉଦ୍ଦେଶ୍ୟରେ ମରଣାତ୍ମକ ଆକ୍ରମଣ କରାଇ ତାଙ୍କୁ ନିଜ ଭିଟାମାଟିରୁ ବିତାଡ଼ିତ କରାଇଥିଲେ । ଏସବୁକୁ ନେଇ ରଞ୍ଜନ କର ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା, ଓଡ଼ିଶା ମାନବାଧିକାର ଆୟୋଗ ଏବଂ ସୂଚନା ଅଧିକାର ଆୟୋଗଙ୍କ ପାଖରେ ଫେରାଦ ହୋଇଥିଲେ । ଫଳସ୍ୱରୂପ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ମୁଖ୍ୟ ଶାସନ ସଚିବ ଇତ୍ୟାଦି ଏଫ.ଆଇ.ଆର୍ ରେଜିଷ୍ଟ୍ରେସନ ସହିତ ପୀଡ଼ିତ ପରିବାରକୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଏସ.ପି., ଏସ୍.ଡ଼ି.ପି.ଓ, ଆଇ.ଆଇ.ସି, ଏ.ଏସ୍.ପି. ଲାଞ୍ଚ ପ୍ରଭାବରେ ଏଭଳି ଅନ୍ଧ ପାଲଟି ଯାଇଥିଲେ ଯେ ସେମାନେ ମାନ୍ୟବର ଅଦାଲତଙ୍କ ଆଦେଶ ପାଳନ କରିବା ପରିବର୍ତ୍ତେ ପୀଡ଼ିତଙ୍କ ଉପରେ ଦୌରାମ୍ୟ ଜାରି ରଖୁଥିଲେ ।
ମାନ୍ୟବର ଓ.ଏଚ୍.ଆର.ସିଙ୍କ ଆଦେଶରେ ଡ଼େରାବିଶ ଥାନାର ଇନ୍ସପେକ୍ଟର କିଶୋର ତରାଇ ତାଙ୍କ ଲିଖତ ରିପୋର୍ଟରେ ରେପ୍ ଏବଂ ହତ୍ୟାପରି ସଙ୍ଗୀନ ଦଫାକୁ ମିଥ୍ୟା ବୋଲି ଲିଖିତ ଭାବେ ଜଣାଇଛନ୍ତି । ରିପୋର୍ଟରେ ଇନ୍‌କ୍ଟର ତରାଇ ତାଙ୍କର ପୂର୍ବତନ ଥାନାଧ୍ଵକାରୀ ଜ୍ୟୋତିର୍ମୟୀ ସେଠୀ ବେଆଇନ ଭାବରେ କେସ୍ ଡ଼ାଇରୀ ହସ୍ତାନ୍ତର ନକରିବା ଅର୍ଦ୍ଧରାତ୍ରୀରେ ବିନା ଅଦାଲତଙ୍କ ଆଦେଶରେ ପୋଲିସ ବଳ ପଠାଇ ପୀଡ଼ିତ ପରିବାରକୁ ହଇରାଣ କରିବା ପରି ସଙ୍ଗୀନ ଅପରାଧ ମାନବାଧିକାର କମିଶନଙ୍କ ଆଗରେ ଲିଖ୍ତ ସ୍ଵୀକାର କରିଛନ୍ତି । ତଥାପି ବର୍ତ୍ତମାନର ଆଇ.ଆଇ.ସି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ମାନବାଧୁକାର କମିଶନ କ୍ଷୋଭ ପ୍ରକାଶ କରିବା ସହିତ ଆଇ.ଆଇ.ସିଙ୍କୁ କେସ୍ ଡାଇରୀ ସହିତ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି ସତ କିନ୍ତୁ ସରକାରୀ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ତିଳେମାତ୍ର ଅନୁଭବ କରାଯାଏ ନାହିଁ । ଏବଂ ଓଡ଼ିଶା ପୋଲିସ୍ ଆଜି ମଧ୍ୟ ସରକାରୀ ଗୁଣ୍ଡା ଭାବରେ ତା’ର ଦୌରାମ୍ୟ ଜାରିରଖୁଛି ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ବୋଲି ଆଜି ପୂର୍ବତନ ସୈନିକ ରଞ୍ଜନ କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି |

Leave a Reply

Your email address will not be published. Required fields are marked *