ସୃଜନୀ ପରିବାରର ସ୍ଵନକ୍ଷତ୍ର ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଭୁବନେଶ୍ୱର : ‘ସୃଜନୀ’ ପରିବାର ଚେନ୍ନାଇ ପକ୍ଷରୁ ଦ୍ଵି-ଦିବସୀୟ ସଂସ୍କୃତି ଓ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ୧୯୮୦/୮୧ ମସିହାରେ ସୁଦୂର ଚେନ୍ନାଇଠାରେ କିଛି ଓଡ଼ିଆ ଯୁବ ସଂଗଠକ ତଥା ଭାଷା ଉଦ୍ୟୋଗୀଙ୍କ ପ୍ରୟାସରେ ଗଢ଼ି ଉଠିଥିବା ସାରସ୍ୱତ ଅନୁଷ୍ଠାନ ‘ସୃଜନୀ’ ଆଜି ଭାରତ ତଥା ବିଦଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସାଂସ୍କୃତିକ ଐକ୍ୟବୋଧର ଏକ ଅନନ୍ୟ ବାର୍ତ୍ତାବହନ କରୁଛି। ବର୍ଷସାରା ବିଭିନ୍ନ ବାସ୍ତବ ପ୍ରସଙ୍ଗ, ସମସ୍ୟା, ସଂସ୍କୃତି, ସାହିତ୍ୟ ଉପରେ ଆଲୋଚନା , କବିତା ପାଠୋତ୍ସବ ସୃଜନୀ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇଥାଏ।ଆଭାସୀ ମାଧ୍ୟମରେ ପ୍ରତି ସପ୍ତାହରେ ସାହିତ୍ୟ ଚର୍ଚ୍ଚା ତଥା କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କ ସୁଖଦୁଃଖର ଭାବଭୂମି ସୃଜନୀ ପାଲଟିଯାଏ। ବିଶେଷ କରି କରୋନା ମହାମାରୀ ସମୟରେ ପ୍ରତ୍ୟେକଙ୍କ ହୃଦୟରେ ସକରାତ୍ମକ ବାର୍ତ୍ତା ଓ ଦାମ୍ଭିକ ଭାବ ‘ସୃଜନୀ’ ସାରସ୍ୱତ ଅନୁଷ୍ଠାନ ଯୋଗାଇ ପାରିଥିଲା। ୨୦୨୬ରେ ଅନୁଷ୍ଠାନର ୪୬ତମ ସ୍ଵନକ୍ଷତ୍ର ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହ୍ୟପ୍ରାଙ୍ଗଣ କୋଣାର୍କ ନିକଟସ୍ଥ ‘ଚନ୍ଦ୍ରଭାଗା’ ତୀର୍ଥରେ ଭୋର୍ ବେଳା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ‘ସୃଜନୀ’ ପରିବାରର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଉତ୍କଳର ପାରମ୍ପରିକ ସଂସ୍କୃତିକୁ ପୁନଃ ଉଜ୍ଜୀବିତ କରିଥିଲେ। ଚେନ୍ନାଇରେ ମୁଦ୍ରଣ ଶିଳ୍ପ ସହିତ ଜଡିତ ଥିବା ତଥା ସୃଜନୀ ପରିବାରର ବରିଷ୍ଠ ସଂପାଦକ ଅଶୋକ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଭଳି ଭବ୍ୟ ଉତ୍ସବକୁ ଆୟୋଜନ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମହିଳା କମିଶନର ତଥା ଉପଦେଷ୍ଟା ଲୋପାମୁଦ୍ରା ମହାନ୍ତି, ଆବାହିକା ଡକ୍ଟର ବାସନ୍ତୀ ମହାନ୍ତି, ଡକ୍ଟର ସୀମାନ୍ତ ନନ୍ଦ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଗୈ।ର ମହାପାତ୍ର, ପ୍ରାଧ୍ୟାପିକା ରୀନା ସାହୁ, ରଶ୍ମି ଦାସ, ଡକ୍ଟର ଶର୍ମିଷ୍ଠା ମହାପାତ୍ର, ଡକ୍ଟର ସଂଘମିତ୍ରା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପରେ ସୃଜନୀର ଶୁଭେଚ୍ଛୁ ତଥା ନାଳନ୍ଦା ବିଶ୍ଵବିଦ୍ୟାଳୟର ପ୍ରଫେସର ଗୋଦାବରୀଶ ମିଶ୍ରଙ୍କର କନିଷ୍ଠ ପୁତ୍ରଙ୍କର ବୈବାହିକ କାର୍ଯ୍ୟକ୍ରମ କୋଣାର୍କ ଯାତ୍ରୀନିବାସରେ ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ପୂର୍ବକ ନବ ଦମ୍ପତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ ପୂର୍ବକ ସୁଖସମୃଦ୍ଧି କାମନା କରିଥିଲେ। ସେହିପରି ୨୫.୧୧.୨୬, ବୁଧବାର ସନ୍ଧ୍ୟାରେ ଏମ୍ରାଲଡ୍ ଆପାର୍ଟମେଣ୍ଟ ପରିସରରେ ଏକ ସନ୍ଧ୍ୟା ସାହିତ୍ୟ ଚର୍ଚ୍ଚା ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ପରମ୍ପରା ଉପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋପାମୁଦ୍ରା ମହାନ୍ତି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ଗୋଦାବରୀଶ ମିଶ୍ର, ମୁଖ୍ୟବକ୍ତା ରୂପେ ଡକ୍ଟର ବାସନ୍ତୀ ମହାନ୍ତି, ସଂଯୋଜକ ଅଶୋକ ସାମନ୍ତ କରିଥିଲେ। ପରିଶେଷରେ ଡକ୍ଟର ସୀମାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆସରରେ ସୃଜନୀର ସ୍ଵନକ୍ଷତ୍ର ଉତ୍ସବ ବେଶ୍ ଜାକଜମକରେ ପାଳିତ ହୋଇଥିଲା । ଆଭାସୀରେ ଆଶୁତୋଷ ସାମନ୍ତସିଂହାର, ପ୍ରଫେସର ରଘୁନାଥ ପଣ୍ଡା, ପ୍ରଫେସର ବିଷ୍ଣୁ ଚୈ।ଧୁରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *