ଜନମଙ୍ଗଳ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ପାଳିତ ହୋଇଅଛି । ଅନୁଷ୍ଠାନର ମହିଳା ସଦସ୍ୟ ମାନଙ୍କ ଦ୍ବାରା ପ୍ରଥମେ ଦ୍ଵୀପ ଧୂପ ହୁଳହୁଳି ଧ୍ବନିରେ ପଣା ହାଣ୍ଡି ବନ୍ଦାପନା କରାଯାଇଥିଲା । ପରେ ସଦସ୍ୟ ମାନେ ବେଲ, ବସାଦହି, କଦଳୀ, ନଡ଼ିଆ, ଗୁଡରେ ପ୍ରସ୍ତୁତ ସୁସ୍ବାଦୁ ପଣା ପଥଚାରୀ ମାନଙ୍କୁ ବଣ୍ଟନ କରିବା ସହ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହେଇଥିବା ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଅରୁଣ ସ୍ୱାଇଁ, ଯୁବ ସଦସ୍ୟ ନିରଞ୍ଜନ ସାହୁ, ଜୟପ୍ରଦା ସାମନ୍ତରାୟ , ମନୋରଞ୍ଜନ ପଣ୍ଡା, ସହଦେବ ମହାରଣା, ମନୋରଞ୍ଜନ ଦାଶ, ସର୍ବେଶ୍ଵର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ପ୍ରମୋଦ କୁମାର ଦାସ, ସ୍ଥାନୀୟ ସାମାଜିକ କର୍ମୀ ମାନି ପଣ୍ଡା, ଆଠଗଡ଼ ବିକାଶ ମଞ୍ଚର ସଭାପତି ମାନସ ବସ୍ତିଆ, ଅକ୍ଷୟ ଯୁବ ସଂଘର ଆବାହକ ଅବିନାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *