ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୯ ଲକ୍ଷ ୬୯ ହଜାର ୩୨୫କୁ ବୃଦ୍ଧି

ବିଶ୍ବରେ ଏଯାଏ ୨୪ କୋଟି ୪୭ଲକ୍ଷ ୮୦ ହଜାର ୧୯୩ ଆକ୍ରାନ୍ତ ଚିହ୍ନଟ । ସୁସ୍ଥ ହେଲେଣି ୨୨ କୋଟି ୧୮ ଲକ୍ଷ ୪୦ ହଜାର ୪୨୪ ଆକ୍ରାନ୍ତ । ବିଶ୍ବର ୨୨୧ଟି ଦେଶକୁ ବ୍ୟାପିଛି କିଲର ଭାଇରସ କୋରୋନା । ରାଜ୍ୟରେ ଦିନକରେ ଆଉ ୪୩୩ କୋରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ । ସଂଗରୋଧରୁ ୨୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୧ ରୋଗୀ ଚିହ୍ନଟ । ୪୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୪ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୨୬୯କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୨୬ ହଜାର ୨୭୭ ଜଣ ରୋଗୀ । ୪ ହଜାର ୬୨୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକ ୩୭, ସମ୍ବଲପୁର ୧୭, ମୟୂରଭଞ୍ଜ ୧୫, ଜଗତସିଂହପୁର ୧୪, ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୧, ନୂଆପଡ଼ା ୯, ଯାଜପୁର, ପୁରୀ, ବାଲେଶ୍ବର ଓ ଦେବଗଡ଼ରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ଭଦ୍ରକ ୭, ବରଗଡ଼ ୬, ଅନୁଗୁଳ ୪, ନୟାଗଡ଼ ୪, ଗଞ୍ଜାମ ୨, କଳାହାଣ୍ଡି ୨, ରାୟଗଡ଼ା ୨, ବଲାଙ୍ଗିର ୧, ଢେଙ୍କାନାଳ ୧ । ରାଜ୍ୟରେ ଆଉ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ମୟୂରଭଞ୍ଜରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ । ଭୁବନେଶ୍ବର ଏବଂ ଜଗତସିଂହପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୧୬କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *