ଗଣତନ୍ତ୍ର ମହୋତ୍ସବରେ ଭାଗ ନେଲେ ଓଡ଼ିଆ ଝିଅ ଆରତୀ

ନୂଆଦିଲ୍ଲୀ ହାବିଟାଟ ସେଣ୍ଟର୍‌ରେ ଭାରତୀୟ ଗଣତନ୍ତ୍ର ପାଠଶାଳା ଦ୍ୱାରା ଆୟୋଜିତ ଗଣତନ୍ତ୍ର ମହୋତ୍ସବର ପ୍ୟାନେଲ୍ ଆଲୋଚନାରେ ଭାଗ ନେଇଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଢୁଙ୍କାପଡ଼ା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଆରତୀ ଦେବୀ। ‘ଭାରତରେ ତୃଣମୂଳ ରାଜନୀତିକୁ ମଜବୁତ କରିବା’ ଶୀର୍ଷକ ଆଲୋଚନାରେ ଆରତୀଙ୍କ ସମେତ ବିହାର ରାଷ୍ଟ୍ରୀୟ ଜନତା ଦଳ ମୁଖପାତ୍ର ରିତୁ ଜୟଶ୍ବାଳ, ଭାରତ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଉପଦେଷ୍ଟା ଡ. ପି.ପି. ବାଲାନ ଓ ଦିଲ୍ଲୀ ମୁନିସ୍‌ପାଲ୍‌ଟି କର୍ପୋରେସନ୍‌ର ଡେପୁଟି ମେୟର ଅଲେୟ ମହମ୍ମଦ୍ଦ ଇକବାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଆଲୋଚନାରେ ଆରତୀ ଦେବୀ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର, ୫-ଟି, ମିସନଶକ୍ତି ଓ ମହିଳାଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଦି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ସୂଚନା ଥାଉକି, ଆରତୀ ଦେବୀ ପୂର୍ବରୁ ନୂଆଦିଲ୍ଲୀରେ କ୍ୱାଲିଟି କାଉନ୍‌ସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ‘ସରପଞ୍ଚ ସମ୍ବାଦ’ ଓ ମୁମ୍ବାଇ ଜିଓ ଇଣ୍ଟରନ୍ୟାସିନାଲ କନଭେନ ସେଣ୍ଟରରେ ଆୟୋଜିତ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗ ଦେଇ ‘ଭିଜନ@୨୦୪୭’ରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିଲେ।

Leave a Reply

Your email address will not be published. Required fields are marked *