ଭାରତୀୟ ଯବାନ କିଷାନ ପାର୍ଟିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ଆଜି ଭାରତୀୟ ଯବାନ କିଷାନ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବର ରେ ଅନୁଷ୍ଠିତ ହୋଇଯାଇଛି | ଯେଉଁଥରେ ଦଳର ରାଜ୍ୟ ସଭାପତି, ରାଜ୍ୟ ସମ୍ପାଦକ ଓ ଦଳର ସଦସ୍ୟ ମାନେ ଯୋଗଦେଇଥିଲେ । ଏହି ଦଳ ରେ ପ୍ରତ୍ୟକ କୃଷକ ସମାଜ ଓ ସାମରିକ ବାହିନୀ ବା ଅର୍ଦ୍ଧସାମରିକ ବାହିନୀ ର ଅବସର ପ୍ରାପ୍ତ ସୈନିକ ସାମିଲ ହୋଇଛନ୍ତି ଯେଉଁମାନେ ଦେଶ ପାଇଁ ନଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏହା ଏକ ଦେଶପ୍ରେମୀ ଦଳ ଭାବେ ଗାଢ଼ ହେବ ଓ ଦେଶ ରେ ଭ୍ରଷ୍ଟାଚାର କୁ
ସମୁର୍ଣ୍ଣ ଭାବେ ଦମନ କରିବ ଓ ଦେଶର ସମସ୍ତ ନାଗରିକ ମାନଙ୍କୁ ସମାନ ଅଧିକାର ଦେବ । ଏହି ଦେଶ ର ସୁରକ୍ଷା ଦାତା ଜଣେ ସୈନିକ ବା ଜବାନ ଓ ଦେଶ ର ଅର୍ଥ ଦାତା ଗୋଟିଏ କିଷାନ, ଜଣେ ଯବାନ ଜୀବନ କୁ ବାଜି ଲଗାଇ ଦେଶ ର ସୁରକ୍ଷା କରୁଛି ଓ ଜଣେ କୃଷକ ଅକ୍ଲାନ୍ତ ପରିଶ୍ରମ କରି ଆମମାନଙ୍କୁ ଅର୍ଥ ଦେଉଛି । ଦେଶର 80% ନାଗରିକ କିଷାନ କିମ୍ବା ଯବାନ ମାନଙ୍କ ପରିବାର ରୁ ଆସନ୍ତି । କିନ୍ତୁ ଦୁର୍ଭାଗ୍ୟ ର କଥା ଯେ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ବି ଆଜି କୃଷକ ସମାଜ ଓ ସୈନିକ ପରିବାର ପ୍ରତ୍ୟକ କ୍ଷେତ୍ର ରେ ଅବହେଳିତ ଓ ନିଷ୍ପେସିତ । ଏଠାରେ ବଡ଼ବଡ଼ ପୁଞ୍ଜି ପତି ମାନେ ସେହି କୃଷକ ଦ୍ବାରା ଉପାର୍ଜିତ ଖାଦ୍ୟ ଶସ୍ୟ କୁ ନେଇ ବ୍ୟାପାର କରୁଛନ୍ତି କିନ୍ତୁ ଗୋଟିଏ କୃଷକ କୁ ତାର ସର୍ବନିମ୍ନ ମୂଲ୍ୟ ଦେଇପାରୁନାହାନ୍ତି । ଯେଉଁ ଜବାନ ଦେଶ ପାଇଁ ବଳି ଦାନ କରୁଛି ତାକୁ ଚାରି ବର୍ଷ ପରେ ଚାକିରୀ ରୁ ବାହାର କରିଦିଆଯାଉଛି ଓ ପେନସନ ରୁ ବଂଚିତ କରାଯାଉଛି କିନ୍ତୁ ଦିନେ ଦୁଇଦିନ MLA/MP ହୋଇଗଲେ ତାକୁ ଆଜୀବନ ପେନସନ ଯୋଗାଇଦିଆଯାଉଛି। ଓଡିଶାର ଅନେକ ଜାଗାରେ ଲୋକଙ୍କ ପାଖରେ ସମାଜକ ସୁରକ୍ଷା ପହଂଚି ପାରିନାହିଁ । ଏହି ଦଳ ଭାରତ ର କୃଷକ ଓ ପୂର୍ବତନ ସୈନିକ ନେତା ମାନଙ୍କୁ ନେଇ ଗଠିତ ଯାହା ସମାଜ ର ସମସ୍ତ ଶ୍ରେଣୀ ର ଲୋକ ମାନଙ୍କ ସମାନ ସ୍ବାସ୍ଥ୍ୟ, ସମାନ ଶିକ୍ଷା, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ଵ ଦେବ । ଭାରତୀୟ ଯବାନ କିଷାନ ପାର୍ଟି ନୂଆକରି 2024 ସାଧାରଣ ନିର୍ବାଚନରେ ଭାଗ ନେଉଛି । ଏହି ଦଳ ଭାରତର ପ୍ରତ୍ୟେକ ଲୋକସଭା ଆସନ ରେ ଓ ଓଡିଶା ରେ ବିଧାନସଭା ଆସନ ରେ ପ୍ରତିନିଧି ଦେବ ବୋଲି ଉପସ୍ଥିତ କର୍ମକର୍ତା ମତବ୍ୟକ୍ତ କରିଥିଲେ | ଓଡିଶାର କାର୍ଯ୍ୟକାରିଣୀ ସଦସ୍ୟ ମାନେ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଯେ ଭାରତୀୟ ଯବାନ କିଷାନ ପାର୍ଟି କୁ ସହଯୋଗ କରନ୍ତୁ ଓ ଉତ୍ତମ ରାଷ୍ଟ୍ର ନିର୍ମାଣ ପାଇଁ ଆଗାମୀ ନିର୍ବାଚନ ରେ ଏହି ଦଳ କୁ ଭୋଟ କରନ୍ତୁ । ଆଜି ଭାରତୀୟ ଯବାନ କିଷାନ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଉମେଶ କୁମାର ଚଇନି ଓ ରାଜ୍ୟ ସମ୍ପାଦକ ଶ୍ରୀ ରଞ୍ଜନ କୁମାର କର ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି |
ତାଲିକାରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଗୁରୁଚରଣ ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାତଟି ବିଧାନ ସଭା ଆସନ ଯଥା ରାଇରାଙ୍ଗପୁରରୁ ଯଶୋଦା ମାର୍ଣ୍ଡି , ରାଉରକେଲାରୁ ନିର୍ମଳ କୁମାର ଦାସ, ଯଶିପୁରରୁ ଦେବାନନ୍ଦ ପିଙ୍ଗୁଆ, ସରସକଣାରୁ ସମାଇ ମୁର୍ମୁ, ଭୁବନେଶ୍ବର ମଧ୍ଯରୁ ରଞ୍ଜନ କୁମାର କର , ଭୁବନେଶ୍ୱର ଉତ୍ତରରୁ ଉମେଶ କୁମାର ଚଇନି, ଭୁବନେଶ୍ୱର ଏକାମ୍ରରୁ ବିଦୁଲତା ଓଝାଙ୍କୁ ଭାରତୀୟ ଯବାନ କିଷାନ ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ନିଷ୍ପତି ନିଆଯାଇଛି ।