ଛତିଶଗଡ଼; ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର, କଂଗ୍ରେସ ଜାରି କଲା ଘୋଷଣାପତ୍ର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଋଣ ଛାଡ଼

ରାୟପୁର : ଛତିଶଗଡ଼ରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆଜି (ରବିବାର) ପ୍ରଚାର ଶେଷ ହେଉଛି । ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ନିଜର ଇସ୍ତାହାର ଜାରି କରିଛି। ୫ଟି ଡିଭିଜନ ମୁଖ୍ୟାଳୟ ଓ ୨ଟି ବଡ଼ ଜିଲ୍ଲାରେ କଂଗ୍ରେସ ଏକାସାଙ୍ଗରେ ନିଜ ଇସ୍ତାହାର ଜାରି କରିଛି। ଏଥିରେ ଦଳ ୨୦୨୩ ନିର୍ବାଚନ ପାଇଁ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ମଧ୍ୟ ଦେଇଛି। କିନ୍ତୁ ଖାସ୍ କଥା ହେଉଛି ଏଥର ଇସ୍ତାହାର ଉନ୍ମୋଚନ ଉତ୍ସବରେ କୌଣସି ବଡ଼ ନେତା ଯୋଗ ଦେଇନଥିଲେ।

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ୫୦୯ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ନିଆଯାଇଥିବା ଋଣ ଛାଡ଼ ଓ ସକ୍ଷମ ଯୋଜନା, ଆଗାମୀ ସମୟରେ ୭୦୦ ନୂଆ ଗ୍ରାମୀଣ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ । ସମସ୍ତ ସରକାରୀ ବିଦ୍ୟାଳୟକୁ ସ୍ୱାମୀ ଆତ୍ମାନନ୍ଦ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ଉନ୍ନତ କରାଯାଉଛି। ସଡ଼କ ଦୁର୍ଘଟଣାରେ ମାଗଣା ଚିକିତ୍ସା । ପରିବହନ ବ୍ୟବସାୟ ସହ ଜଡ଼ିତ ୬୬୦୦ରୁ ଅଧିକ ଗାଡ଼ି ମାଲିକଙ୍କ ବକେୟା ଋଣ ଛାଡ଼ କରାଯିବା ସହ ସହାୟକ ମୂଲ୍ୟରେ ରାଜ୍ୟର ଚାଷୀଙ୍କଠାରୁ ତିଓ୍ଵାରା କିଣାଯିବ।

ଆଜି ଅପରାହ୍ନ ୨ଟାରେ କଂଗ୍ରେସ ନିଜର ଇସ୍ତାହାର ଜାରି କରିଥିଲା। ପ୍ରଦେଶ କଂଗ୍ରେସ ଭବନ ପ୍ରଭାରୀ କୁମାରୀ ଶୈଲଜା ଏହି ଇସ୍ତାହାର ଉନ୍ମୋଚନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜନାନ୍ଦଗାଓଁରୁ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏହାବ୍ୟତୀତ ପିସିସି ସଭାପତି ଦୀପକ ବୈଜ ବସ୍ତର, ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ସରଗୁଜା, ଡ. ଚରଣ ଦାସ ମହନ୍ତ ବିଳାସପୁର ତାମ୍ରଧ୍ୱଜ ସାହୁ ଦୁର୍ଗ, ଇସ୍ତାହାର କମିଟି ଅଧ୍ୟକ୍ଷ ମୋ ଆକବର କବର୍ଦ୍ଧନା ଇସ୍ତାହାର ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *