

- କେନ୍ଦୁଝର: ପାଣ୍ଡପଡା ଅଞ୍ଚଳରେ ରୀନା ଦଣ୍ଡପାଟଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର, ତଦନ୍ତ ପାଇଁ କେନ୍ଦୁଝର ବସନ୍ତପୁରରେ, ପହଞ୍ଚିଲେ ମହିଳା କମିସନର ୪ ଜଣିଆ ଟିମ୍ । ଅଧ୍ୟକ୍ଷା ମୀନତି ବେହେରାଙ୍କ ନେତୃତ୍ୱରେ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟିବ ଓ କେନ୍ଦୁଝର ଏସପିଙ୍କ ସହ ଆଲୋଚନା ମଧ୍ୟ କରିବ ।
- ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ; ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁ ବସ୍ କ୍ଷତିରେ ଚାଲିଛି, ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ସରକାର, ଏଥିପାଇଁ ନଭେମ୍ବର ୧୫ପର୍ଯ୍ୟନ୍ତ ମହଲତ ଦେଉଛୁ,ଦାବି ନ ଶୁଣିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ |