ବାପା ଗାଳି ଦେବାରୁ ଝୁଲି ପଡ଼ିଲା ପୁଅ
ଭୁବନେଶ୍ବର: ବାପା ଗାଳି କରିବାରୁ ଝୁଲି ପଡ଼ିଲା ନାବାଳକ | ଧଉଳି ଥାନା କାଡିଂ ସାହିରେ ଅଭାବନୀୟ ଘଟଣା ଘଟିଛି |ସ୍କୁଲ ନଯିବାରୁ ବାପା ଗାଳି କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି | ପଞ୍ଚବଟୀ ଆଶ୍ରମ ନିକଟରୁ ପୁଅର ଝୁଲନ୍ତା ମୃତଦେହ ମିଳିଥିଲା | ପୋଲିସକୁ ନଜଣାଇ ପରିବାର ଲୋକ ଶବ ସତ୍କାର କରିଥିବା ସୂଚନା ମିଳିଛି | ନିଜ ଆଡୁ ମାମଲା ରୁଜୁ କରି ଫେରାର୍ ବାପାକୁ ଖୋଜୁଛି ପୋଲିସ |