ଚେନ୍ନାଇ ସୃଜନୀର ଅନୁପମ ସାରସ୍ୱତ କାର୍ଯ୍ୟକ୍ରମ “ଶୁଭ ସମ୍ପାଦିନୀ ସୃଜନୀ”

ଚେନ୍ନାଇ ସୃଜନୀ ପରିବାରର ଜନ୍ମ ବାର୍ଷିକୀ ଉପଲକ୍ଷେ ଅନୁପମ ସାରସ୍ୱତ କାର୍ଯ୍ୟକ୍ରମ “ଶୁଭ ସମ୍ପାଦିନୀ ସୃଜନୀ” ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି I
ସୃଜନୀ ପରିବାର ଆବାହକ ତଥା ସମ୍ପାଦକ ଅଶୋକ ସାମନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୈଥିଳି ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ତଥା ନାଟ୍ୟକାର ପ୍ରଦୀପ ବିହାରୀ ଏବଂ ମୈଥିଳି ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧିକା ତଥା ଗାଳ୍ପିକା ଶ୍ରୀମତୀ ମେନକା ମଲ୍ଲିକ ବରେଣ୍ୟ ଅତିଥି ଭାବରେ ଯୋଗଦାନ କରି ସୃଜନୀ ପରିବାରର ଉଦ୍ୟମକୁ ପ୍ରସଂଶା କରିବା ସହ ସାହିତ୍ୟର ଜୟଯାତ୍ରା ସୃଜନୀ ମାଧ୍ୟମରେ ସୁଦୂର ପ୍ରସାରି ହେଉ ଏହା କାମନା କରିଥିଲେ I

ଅନୁପମ ସାରସ୍ୱତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ପ୍ରାପ୍ତ ପ୍ରଫେସର୍ ଡ. ରଘୁନାଥ ପଣ୍ଡା,ପ୍ରାକ୍ତନ ଅଧ୍ୟକ୍ଷା – ଓଡିଶା ମହିଳା କମିଶନ ତଥା ସମାଜସେବୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି , ନବରଙ୍ଗପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ଡ଼. ରାଧାନାଥ ବେହେରା,ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟା ଡ଼. ଶିଵପ୍ରିୟା ମିଶ୍ର ,ସାହିତ୍ୟିକା (ବହୁଭାଷୀ) ତଥା ଅନୁବାଦିକା ଶ୍ରୀମତୀ ପାରମିତା ଷଢଙ୍ଗୀ ,ଅସାମୀୟା ସାହିତ୍ୟିକା ତଥା ଅନୁବାଦିକା ଡ଼. ବର୍ଣ୍ଣାଳୀ ଶର୍ମା ଗୌଡ଼, ଆଧ୍ୟାତ୍ମିକ କଥାମୃତ ପ୍ରବକ୍ତା ଶ୍ରୀମତୀ ମୀନା ମୁଣ୍ଡ ଯୋଗଦାନ କରି ସୃଜନୀ ର ସାରସ୍ୱତ ଯାତ୍ରା ଓ ଓଡ଼ିଆ ସାହିତ୍ୟର ସମୃଦ୍ଧି କ୍ଷେତ୍ରରେ ସଂସ୍ଥାର ଅବଦାନ ପ୍ରସଙ୍ଗରେ ଦୃଷ୍ଟିପାତ କରିଥିଲେ I

ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର ଙ୍କ ସହ ପରିବାରର ଉପଦେଷ୍ଟା ପ୍ରମୁଖ ପ୍ରଫେସର୍ ଗୋଦାବରୀଶ ମିଶ୍ର ଓ ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଆଦି ଯୋଗଦାନ କରିଥିଲେ I ସୃଜନୀ ପରିବାର ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ଼. କୈବଲ୍ୟ ମିଶ୍ର ,ଡ଼. କୈଳାଶ ଚନ୍ଦ୍ର ମହାରଣା,ଡ଼.କମଳାକୃଷ୍ଣ ତ୍ରିପାଠୀ,ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ,ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ,ଇଂ ପ୍ରତାପ ଆଚାର୍ଯ୍ୟ ଏବଂ ଶ୍ରୀଯୁକ୍ତ ସୁରେଶ ମିଶ୍ର ଆଦି ସଭାରେ ଉପସ୍ଥିତ ରହି ସୃଜନୀର ସାହିତ୍ୟିକ ପରମ୍ପରା ଓ କାର୍ଯ୍ୟଧାରା କୁ ପ୍ରସଙ୍ଗ କରି ସମଗ୍ର ଭାରତୀୟ ସାହିତ୍ୟକୁ ସୃଜନୀର ଅବଦାନ ବିଷୟରେ ଆଲୋକପାତ କରିଥଲେ I

ସଭାରେ ସଂଯୋଜିକା ଭାବରେ ଶ୍ରୀମତୀ ତାପ୍ତିମୟୀ ପଣ୍ଡା ,ଶ୍ରୀମତୀ ଆନନ୍ଦିନୀ ମିଶ୍ର,ଶ୍ରୀମତୀ ଝରଣା ପାଢ଼ୀ, ଶ୍ରୀମତୀ ସୁମତି ମୁଣ୍ଡ ଏବଂ ଶ୍ରୀମତୀ ମହାସ୍ମିତା ଓଝା ଆଦି ଉପସ୍ଥିତ ରହି ସଭା କାର୍ଯ୍ୟକୁ ସୁଚାରୁ ରୂପେ ତୁଲେଇଥିଲେ I ଭବ୍ୟ ଆଲୋଚନା ସଭା ସହ ସଂଗୀତ ସନ୍ଧ୍ୟାରେ ସ୍ୱନାମଧନ୍ୟା ପ୍ରସାର ଭାରତୀ କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ , ଇଂ.ଶଶୀକାନ୍ତ ରାଜଗୁରୁ ,ଶ୍ରୀମତୀ ସୁଦ୍ରୁମା ପଣ୍ଡା ଆଦି ସଭାରେ ସଂଗୀତ ପରିବେଷଣ କରିବା ସହ ସଭାକୁ ସଂଗୀତମୟ କରିଥିଲେ I ଦେଶ ତଥା ବିଦେଶରୁ ଅନେକ ଶୁଭେଚ୍ଛୁ ଶ୍ରୋତା ସଭାରେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିବା ସହ ସୃଜନୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ I ଶେଷରେ ସୃଜନୀ ପରିବାର ସଂଯୋଜକ ତଥା ସଂଚାଳକ ରମେଶ ଚନ୍ଦ୍ର ପସାଏତ୍ ଙ୍କ ଧନ୍ୟବାଦ ଅର୍ପଣ ସହ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା I

Leave a Reply

Your email address will not be published. Required fields are marked *