ଇତିହାସ ରଚିଲେ ଭାରତର ସୁନା ଝିଅ ପୂଜା ତୋମାର ; ସେ ପ୍ରଥମ ଭାରତୀୟ ଭାବେ ଅଲିମେଟ ଫାଇଟିଂ ଚାମ୍ପିୟନଶିପ ଜିତିଲେ

ଇତିହାସ ରିଚିଛନ୍ତି ଭାରତର ସୁନା ଝିଅ ପୂଜା ତୋମାର। ସେ ପ୍ରଥମ ଭାରତୀୟ ଭାବେ ଅଲିମେଟ ଫାଇଟିଂ ଚାମ୍ପିୟନଶିପ(ୟୁଏଫସି)ରେ ଗୋଟିଏ ଲଢ଼େଇ ଜିତିଛନ୍ତି। ସେ ବ୍ରାଜିଲର ରାୟାନେ ଡସ ସାଣ୍ଟୋସଙ୍କୁ ପରାସ୍ତ କରିଛନ୍ତି। ୟୁଏଫସି ଲୋଉସିଭିଲ୍ଲେରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେଉଥିଲା। ପୂଜାଙ୍କ ପୂର୍ବରୁ କୌଣସି ଭାରତୀୟ କେବେ ହେଲେ ୟୁଏଫସିରେ ବିଜୟ ହାସଲ କରି ନଥିଲେ।

ଉତ୍ତର ପ୍ରଦେଶର ମୁଜାଫରନଗରର ମୂଳବାସିନ୍ଦା ପୂଜା ଗତବର୍ଷ ଠାରୁ ଚମକିବା ଆରମ୍ଭ କରିଥିଲେ। ସେ ପ୍ରଥମ ଭାରତୀୟ ମହିଳା ଭାବେ ୟୁଏଫସି କଣ୍ଟ୍ରାକ୍ଟ ହାସଲ କରିଥିଲେ। ମହିଳା ଷ୍ଟ୍ରୱେଟ ଡିଭିଜିନରେ ପ୍ରଥମଥର ପାଇଁ ପୂଜା ଲଢ଼େଇ କରୁଥିବା ବେଳେ ବିଜୟୀ ହୋଇଛନ୍ତି। ସେ ୩୦-୨୭, ୨୭-୩୦ ଓ ୨୯-୨୮ରେ ବ୍ରାଜିଲର ଫାଇଟରଙ୍କୁ ହରାଇ ଇତିହାସ ରଚିଛନ୍ତି।

ମ୍ୟାଚ୍‌ଟି ଅତ୍ୟନ୍ତ ରୋମାଞ୍ଚକର ରହିଥିଲା। ଉଭୟ ଫାଇଟର ଦମଦାର ପ୍ରଦର୍ଶନ କରିଥିଲେ। ପୂଜା ପ୍ରଥମ ରାଉଣ୍ଡରେ ଶକ୍ତିଶାଳୀ ବଡି କିକ ମାରି ସାଣ୍ଟୋସଙ୍କୁ ଘାଇଲା କରିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ସାଣ୍ଟୋସ ବାଜି ମାରି ନେଇଥିଲେ। ପୂଜା ଏହି ରାଉଣ୍ଡରେ ବ୍ୟାକଫୁଟକୁ ଚାଲି ଯାଇଥିଲା। କିନ୍ତୁ ତୃତୀୟ ରାଉଣ୍ଡରେ ପୂଜା କମବ୍ୟାକ କରି ବାଜିମାରି ନେଇଥିଲେ।

ବିଜୟ ପରେ ପୂଜା କହିଛନ୍ତି, “ସମସ୍ତେ ଏହି ବିଜୟ ପୂର୍ବରୁ ଭାବୁଥିଲେ ଯେ ଭାରତୀୟ ଫାଇଟରମାନଙ୍କ ପାଖରେ ୟୁଏଫସି ଭଳି ମଞ୍ଚରେ ଲଢ଼େଇ କରିବାର କୌଣସି ଅଧିକାର ନାହିଁ। କିନ୍ତୁ ଏବେ ଭାରତୀୟ ଫାଇଟର କ’ଣ, ତାହା ପ୍ରମାଣ କରି ଦେଖାଇଛନ୍ତି।”

ପୂଜାଙ୍କ ପୂର୍ବରୁ ଭାରତ କାଣ୍ଡାରେ ଓ ଅଂଶୁଲ ଜବଲି ମଧ୍ୟ ୟୁଏଫସିରେ ଲଢ଼େଇ କରିଥିଲେ। କିନ୍ତୁ ସେମାନେ ବିଜୟ ହାସଲ କରି ପାରି ନଥିଲେ। ପୂଜା ପ୍ରଥମ ଭାରତୀୟ ଭାବେ ୟୁଏଫସିରେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *